ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ନିଃଶୁଳ୍କଃ ସ୍ୱାସ୍ଥ୍ୟ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ଏକ ନିଶୁଳ୍କଃ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସହରର ନିକାହ ମହଲରେ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ଜାରି ରହିଥିବା ବିଭିନ୍ନ ଜନହିତକର କାର୍ଯ୍ୟ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ସୋସାଇଟିର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ଏହିଭଳି ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ଲୋକଙ୍କ ପାଇଁ ଉପାଦେୟ ହୋଇପାରିଛି ବୋଲି ସେ କହିଥିଲେ । କୁରୁଡା ସ୍ଥିତ ନିଗମ ହସପିଟାଲ ସହଯୋଗରେ ଆୟୋଜିତ ଏହି ଶିବିରରେ ମେଡିସିନ୍, କ୍ରିଟିକାଲ କେୟାର, ସ୍ତ୍ରୀ ଓ ପ୍ରସୂତି ଏବଂ ଦନ୍ତ ବିଭାଗର ଚିକିତ୍ସକମାନେ ଯୋଗଦେଇ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ଓ ଉପାଦେୟ ପରାମର୍ଶ ଦେଇଥିଲେ । ଶିବିର ଶେଷ ସୁଦ୍ଧା ସ୍ଥାନୀୟ ଅଂଚଳର ୩ ଶହରୁ ଉର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମୁସଲିମ ୱେଲଫେୟାର ସୋସାଇଟି ସଭାପତି ଶେଖ ମୁକ୍ତାର ଅହେମ୍ମଦ, ସମ୍ପାଦକ ଶେଖ ଆୟୁବ ଓ କୋଷାଧ୍ୟକ୍ଷ ହାଜି ଶେଖ ଜମାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିର ପରିଚାଳନାରେ ଶେଖ ବେଲାଲ, ଶେଖ ରଜାବ ଅଲି, ଗୁଲାମ ଖାନ, ଅଜିମ ବାଲେଶ୍ୱରୀ, ଚିକୁବାବୁ, ଶେଖ ସବିର ଶେଖ କାଫୋ, ମୁକ୍ତାର ଖାନ, ଅଲି ହୋସେନ, ଶେଖ ଆଲମ ପ୍ରମୁଖ ସହଯୋଗ କରିଥିଲେ ।