ଗାଙ୍ଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଠାରେ ୨୧ ବାଟାଲିୟାନ୍ ସ୍ଵେଚ୍ଛାସେବୀ ସଙ୍ଗଠନ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆଜି ଉଦଯାପିତ ହୋଇଯାଇଛି I ଆଜି ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ୍ ମ୍ୟାଚ୍ ରେ କୁଲାଡ଼ ଟିମ୍ କୁ ହରାଇ ଭେଜିପୁଟ୍ ଟିମ୍ ଚାମ୍ପିୟନ୍ ଟ୍ରଫି ହାସଲ କରିଛି I ଆଜିର ମ୍ୟାଚ୍ ରେ ଭେଜିପୁଟ୍ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭର୍ ରେ ପାଞ୍ଚ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା I ଜବାବରେ କୁଲାଡ଼ ଟିମ୍ ନିର୍ଦ୍ଧାରିତ ୧୬ ଓଭର୍ ରେ ଆଠ ୱିକେଟ୍ ହରାଇ ମାତ୍ର ୧୪୭ ରନ୍ କରିବାକୁ ସକ୍ଷମ ହୋଇଥିଲା I ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ନୀଳମଣି ବିଷୋୟୀ ଏବଂ ସମ୍ମାନୀତ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ସମାଜସେବୀ ଜିତେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଉଭୟ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ I ଟୁର୍ଣ୍ଣାମେଣ୍ଟ୍ ରେ ୨୧ ବାଟାଲିୟାନ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ