ପ୍ରଗତି ମହିଳା ଅନୁଷ୍ଠାନ ଆନୁକୁଲ୍ୟରେ ପଖାଳ ଦିବସ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପୂର୍ବାହ୍ନରେ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର୍ ପରିସରରେ ୟୁ ଟେକ୍ ର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଲୋକନାଥ ମିଶ୍ରଙ୍କ ତତ୍ତ୍ୱାବଧାନରେ ସଭା,କର୍ମଶାଳା,ପ୍ରତିଯୋଗିତା, ଏବଂ ପଖାଳ ବ୍ୟଞ୍ଜନ ବ୍ୟବସ୍ଥା ହୋଇ ସାରିଛି। ଓଁକାର ଧ୍ଵନି ହୁଳହୁଳି ମାଧ୍ୟମରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ପଣ୍ଡିତ ନରସିଂହ ଗୌଡ଼ ଙ୍କ ଭିତ୍ତି ପ୍ରବନ୍ଧ କବିତା ମଧ୍ୟରେ କ ରିଥିବାବେବେଳେ ହରିମୋହନ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ସବିତା ପଣ୍ଡିତ ସ୍ୱାଗତ ଭାଷଣ ପରିଚୟ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖାର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମ୍ପାଦିକା ତନୁଜା ଶତପଥୀ ସଂପାଦକୀୟ ପ୍ରାକ୍ ଭାଷଣ ଦେଇଥିଲେ। ଏହି ଅବସରରେ ଉପଜିଲ୍ଲା କାରାଗାର ଅଧ୍ୟକ୍ଷ ହନୁ ସେଠୀ ମୁଖ୍ୟ ଅତିଥି, ବିନୋଦିନୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ମୋଜୋଜ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଯୋଗ ଦେଇ ପଖାଳ ଖାଦ୍ୟର ଉପଯୋଗିତା ସମ୍ପର୍କରେ କାହିଥିଲେ। ଆଜି ଏହି ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ଵଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଆଣିପାରିଛି କହିଥିଲେ। ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା, ମାନସୀ ପଣ୍ଡା,ଶରତ ପ୍ରଧାନ, ସୌମ୍ୟ ଆଚାର୍ଯ୍ୟ,ଡାକ୍ତର ମୁର୍ମୁ, ଗରୁଡଦ୍ୱଯ ଚୌଧୁରୀ, ଭାଗବତ ପାଢ଼ୀ, ତ୍ରିପତି ପ୍ରସାଦ ପଣ୍ଡା, ମୂରଲୀଧର ପରିଛା ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଏହି ଅବସରରେ ଗୃହିଣୀଙ୍କ ମଧ୍ୟରେ କାଞ୍ଜି, ଏବଂ ଝିଅଙ୍କ ମଧ୍ୟରେ ପଖାଳ ପ୍ରସ୍ତୁତି ପ୍ରତିଯୋଗିତା ହୋଇଥିଲା। ଶେଷରେ ସମସ୍ତ ଅତିଥି ଙ୍କ ସହ ପ୍ରତିଯୋଗୀ,ଅନୁଷ୍ଠାନର କର୍ମୀ ତଥା ନିମନ୍ତ୍ରିତ ସମସ୍ତ ବ୍ୟକ୍ତି ବିଶେଷ ପଖାଳ ଭୁଞ୍ଜି ଥିଲେ।


