ଛେନାପଦିଛକରେ ବାଇକ, ସ୍କୁଟି ଧକ୍କା, ୪ଆହତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦିଛକର ହିରୋ ସର୍ଭସ ସେଣ୍ଟର ନିକଟରେ ଆଜି ଅପରାହ୍ନ ସାଢ଼େ ପାଞ୍ଚଟା ବେଳେ ବାଇକ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇ ୪ଜଣ ଆହତ ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଜଣେ ଯୁବତୀ ସ୍କୁଟିନେଇ ଆନନ୍ଦପୁର ଆଡକୁ ଯାଉଥିବାବେଳେ କୌଣସି କାରଣରୁ ହଠାତ ସେ ସ୍କୁଟିର ବ୍ରେକ ମାରି ଅଟକି ଯାଇଥିଲେ । ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ସ୍କୁଟିକୁ ଧକ୍କା ଦେଇ ବହୁ ଦୁରକୁ ବାଇକ ସହିତ ଆରୋହୀମାନେ ଛିଟିକି ପଡିଥିଲେ । ସ୍କୁଟି ଚାଳକଙ୍କ ସହ ବାଇକରେ ଥିବା ୩ଜଣ ଆରୋହୀ ଆହତ ହୋଇଥିଲେ । ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ଆହତ ମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବାବେଳେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବଦ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଆହତ ମାନଙ୍କ ପରିଚୟ ମିଳିପାରି ନାହିଁ ।