ପଦୋନ୍ନତି ପାଇଲେ ୮୯ ଜଣ ଶିକ୍ଷକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ୮୯ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇଥିବା ଜଣାଯାଇଛି । ପ୍ରକାଶ ଯେ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଲେବୁଲ୍‌-ଭି(ଏ) ବର୍ଗର ୮୯ ଜଣ ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ପଦୋନ୍ନତି ପାଇଁ ସରକାରଙ୍କ ସମସ୍ତ ନିୟମ ପୂରଣ କରୁଥିବା ଯୋଗୁ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ-୬୪୫/୨୩ ମୂଳେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଉପରୋକ୍ତ ଶିକ୍ଷକ ମାନଙ୍କର ନାମ ସୁପାରିଶ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁମୋଦନ କ୍ରମେ କାର୍ଯ୍ୟାଳୟ ଚିଠି ନଂ -୨୩୮୭/୨୩ ମୂଳେ ଉପରୋକ୍ତ ୮୯ ଜଣ ଶିକ୍ଷକ ଲେବୁଲ୍‌-ଭି(ଏ) ରୁ ଲେବୁଲ୍‌-ଭି(ବି) ବରିଷ୍ଠ ଶିକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି । ପଦୋନ୍ନତି ପାଇଥିବା ସମସ୍ତ ଶିକ୍ଷକ ମାନଙ୍କୁ ବିଇଓ ମଞ୍ଜୁଳାବାଳା ନାୟକ, ଏବିଇଓ ହରେକୃଷ୍ଣ ଆପଟ, ପ୍ରମୋଦ କୁମାର ପଣ୍ଡା, ବିଜୟଲକ୍ଷ୍ମୀ ନାୟକ, ଭାରପ୍ରାପ୍ତ ଏବିଇଓ ପ୍ରମୋଦ କୁମାର ନାୟକ, ମୁଖ୍ୟକିରାଣୀ ମଦନ ମୋହନ ନାୟକ, ପ୍ରାଥମିକ ଶିକ୍ଷକ ସଂଘ ଏନ୍‌ପିଏସ୍‌ର ସଭାପତି ସନାତନ ଦାସ, ସମ୍ପାଦକ ନରେନ୍ଦ୍ର କୁମାର ସାହୁ, ଶିକ୍ଷକ ରମାକାନ୍ତ ଜେନା, ଅଜୟ କୁମାର ପୃଷ୍ଟି, ଶୁଭେନ୍ଦ୍ର କୁମାର ବିଶ୍ୱାଳ, ଅଭୟ ପ୍ରଧାନ, ଅଶୋକ ଦାସ, ସୁକାନ୍ତ କୁମାର ବେହେରା, ମଳୟ ନାୟକ, ପରମେଶ୍ୱର ପୃଷ୍ଟି, ପ୍ରଦୀପ ପଲେଇ, ଶ୍ରୀଧର ପଣ୍ଡା, ସୁକୁମାର ଦାସ, ଗିରିଜା ଶଙ୍କର ଲେଙ୍କା ପ୍ରମୁଖ ସ୍ୱାଗତ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ