ଓଡ଼େଶି ୱାଲ୍ଡ ସ୍କୁଲର ବାର୍ଷିକ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼େଶି ୱାର୍ଲ୍ଡ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ଆତିଥ୍ୟ ଭବନରେ ଅନୁଷ୍ଠିତ ହୋଇଯାଛ । ସ୍କୁଲ୍‌ର ପ୍ରତିଷ୍ଠାତା ହେମନ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଯନ୍ତ୍ରୀ ଡ. ହୃଷୀକେଶ ସାହୁ, ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ କବି କାଳୀପଦ ପଣ୍ଡା, ସମ୍ମାନିତ ଅତିଥି ଶିକ୍ଷକ ପ୍ରଭାତ ମହାରଣା ପ୍ରମୁଖ ଯୋଗଦେଇ ପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଡିଗ୍ରୀଧାରୀ ହେବା ଅପେକ୍ଷା ଜଣେ ମହତ ମଣିଷ ହେବାର ନୈତିକ ଶିକ୍ଷା ଉପରେ ଦୃଷ୍ଟିନିକ୍ଷେପ କରିବା ଉଚିତ ବୋଲି ଅତିଥିମାନେ କହିଥିଲେ । ଶ୍ରାବଣୀ ଜେନାଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷୟିତ୍ରୀ ନମିତା ଦାସ, ଅନିତା ମହାପାତ୍ର, ସୁମିତା ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲା ବେଳେ ବିଦ୍ୟାଳର ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ପରିବେଶ ସଚେତନତା ଧର୍ମୀ ନାଟକ ମଞ୍ଚସ୍ଥ କରିଥିଲେ । ଏଥି ସହିତ ଛାତ୍ରଛାତ୍ରୀମାନେ ସଙ୍ଗୀତ, ନୃତ୍ୟ, କବିତା ଆବୃତ୍ତି ଏବଂ କ୍ଷୁଦ୍ରଗଳ୍ପ ଆଦି ପରିବେଷଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶିକ୍ଷକ ପ୍ରଭାତ ମହାର୍ନା ଶେଷକଥା ରଖିଥିବା ବେଳେ ଶିକ୍ଷୟିତ୍ରୀ ସୁସ୍ମିତା ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ