ବାଲେଶ୍ୱରରେ ମାନବାଧିକାର ଆୟୋଗଙ୍କ କ୍ୟାମ୍ପକୋର୍ଟ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ମାନବାଅଧିକାର ଆୟୋଗଙ୍କ ଏକ କ୍ୟାମ୍ପ କୋର୍ଟ ସ୍ଥାନୀୟ ଜିଲାପରିଷଦ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆୟୋଗର ସଭ୍ୟ ଅସୀମ ଅମିତାଭ ଦାଶ ଏହି କ୍ୟାମ୍ପ କୋର୍ଟ ଜରିଆରେ ଏକାଧିକ ମାମଲାର ଶୁଣାଣି କରିଥିଲେ । କୋର୍ଟ ଆରମ୍ଭ ପୂର୍ବରୁ ଅୟୋଜିତ ଅଧିବେଶନରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ଆୟୋଗକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନରେ ଏହି କ୍ୟାମ୍ପ ସହାୟକ ହେବ ବୋଲି ଶ୍ରୀ ଶିନ୍ଦେ ଆଶା ପ୍ରକାଶ କରିଥିଲେ । ବାଲେଶ୍ୱର ଏସପି ସାଗରିକା ନାଥ ଓ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏହି କ୍ୟାମ୍ପ କୋର୍ଟରେ ଯୋଗଦେଇ ମାନବାଧିକାର ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଏହି କୋର୍ଟ ତ୍ୱରାନ୍ୱିତ କରିପାରିଛି ବୋଲି କହିଥିଲେ । ଏହି ଅଧିବେଶନରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଏବଂ ରାଜ୍ୟ ମାନବ ଅଧିକାର କମିଶନଙ୍କ ସହକାରୀର ସଚିବ ବିଶ୍ୱଜିତ ମହାପାତ୍ର ଉପସ୍ଥିତ ଥିଲେ । ଆୟୋଜିତ ଏହି କ୍ୟାମ୍ପକୋର୍ଟରେ ସମୁଦାୟ ୩୨ ଗୋଟି ମାମଲା ଫଇସଲା ହୋଇଥିବା ବେଳେ ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ପାଇଁ ୨୨ ଲକ୍ଷ ଟଙ୍କାର କ୍ଷତିୂରଣ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ