ମାଆ ବୁଢାକେନ୍ଦୁଙ୍କ ନୂତନ କମିଟି ଗଠନ ପାଇଁ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଐତିହାସିକ ଶକ୍ତିପୀଠ ମାଆ ବୁଢାକେନ୍ଦୁଙ୍କ ନୂତନ କମିଟି ଗଠନ ପାଇଁ ଏକ ପ୍ରସ୍ତୁତି ବୈଠକ ମାଆ ବୁଢାକେନ୍ଦୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି I ଆସନ୍ତା ଏପ୍ରିଲ୍ ୧୬ ତାରିଖ ରବିବାର ଦିନ ମାଆଙ୍କ ମନ୍ଦିର ପରିଚାଳନା ପାଇଁ ଏକ ନୂତନ କମିଟି ଗଠନ କରାଯିବାର କାର୍ଯ୍ୟକ୍ରମ ରହିଛି I ଏହି ପ୍ରରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ମନ୍ଦିର ଟ୍ରଷ୍ଟ୍ ବୋର୍ଡ୍ ସଭାପତି ସଞ୍ଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସମ୍ପାଦକ ବବ୍ରୁ ବାହନ ବିଷୋୟୀ ବାର୍ଷିକ ବିବରଣୀ ପାଠ କରିବା ସହ ମାଆଙ୍କ ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ଏବଂ ମାଆ ନାମରେ ବିଭିନ୍ନ ସ୍ଥାନରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ବିବରଣୀ ପାଠ କରିଥିଲେ I ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ୍ ଉପସଭାପତି ଦେବୀ ପ୍ରସାଦ ତ୍ରିପାଠି, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, କୋଷାଧ୍ୟକ୍ଷ ରାମ ନିଧି ପ୍ରଧାନ, ବେଣିପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବିଜୟ ସ୍ଵାଇଁ, ଗୁରୁ ଚରଣ ପ୍ରଧାନ, କାମ ରାଜୁ ଗୌଡ଼, ଗୋପାଳ ରାଉତ, ଚନ୍ଦ୍ରକାନ୍ତ ଗୁରୁ, ବାଲ୍ୟବନ୍ଧୁ ସ୍ଵାଇଁ, ରାମ ପଟ୍ଟନାୟକ,ବିପ୍ର ଚରଣ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ନୂତନ କମିଟି ଏବଂ ମାଆଙ୍କର ବିଭିନ୍ନ ପରମ୍ପରାକୁ କିପରି ବଜାୟ ରଖାଯାଇପାରିବ ଏବଂ ଆଗାମୀ କମିଟୀ କିପରି ଏହାକୁ ସମ୍ପାଦନା କରିବା ସହିତ ଏହାକୁ ଓଡ଼ିଶା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯିବା ସମ୍ପର୍କରେ ଆଲୋଚନା ହୋଇଥିଲା I ଆଗାମୀ ୧୬ ତାରିଖରେ ଏହି ଅଞ୍ଚଳର ପ୍ରାୟ ୪୦ ଖଣ୍ଡ ଗ୍ରାମର ଜ୍ଞାନୀ ଗୁଣି ଲୋକଙ୍କ ଉପସ୍ଥିତିରେ ଏକ ନୂତନ ପରିଚାଳନା କମିଟି ଗଠନ କରାଯିବା ନେଇ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହେବା ସହିତ ଆସନ୍ତା ୧୬ ତାରିଖରେ ଏହାର ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ବୋଲି ଉପସଭାପତି ତଥା ଆଇନଜୀବୀ ଦେବୀ ପ୍ରସାଦ ତ୍ରିପାଠି ପ୍ରକାଶ କରିଥିଲେ I


