ନାଗରିକ ଏକତା ପରିଷଦର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନାଗରିକ ଏକତା ପରିଷଦ, ଓଡ଼ିଶା, ଭୁବନେଶ୍ୱରର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ବୁଦ୍ଧ ବିହାର ଭାଗୃହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ସମ୍ମିଳନୀରେ ପ୍ରବୁଦ୍ଧ ଭାରତ ଆଲୋଚନା କ୍ରମରେ ନାଗରିକମାନଙ୍କର ସାମ୍ବିଧାନିକ ଅଧିକାର, ସୁରକ୍ଷା ଓ କର୍ତ୍ତବ୍ୟ ବିଷୟରେ ଆଲୋଚନା କରାଯାଇଅଛି । ଭଗବାନ ବୁଦ୍ଧଙ୍କ ବାଣୀର ପ୍ରସାର ଏବଂ ପ୍ରଚାର, ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଭୁବନେଶ୍ୱରଠାରେ ଆମ୍ବେଦକର ଭବନ ନିର୍ମାଣ ଓ ଆମ୍ବେଦକର କଲେଜର ଉନ୍ନତି ଓ ସଂରକ୍ଷଣ ବିଷୟରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ଆଲୋଚନା ଭାବରେ ଇଂ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ମଲ୍ଲିକ, ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାର ଧନଞ୍ଜୟ ହେମ୍ବ୍ରମ, ପୂର୍ବତନ ବିଧାୟକ ତାପସ ଦାସ, ପୂର୍ବତନ ଅଧ୍ୟାପକ ରାମଚନ୍ଦ୍ର ସେଠୀ ଓ ହରିପାଲ ହେମ୍ବ୍ରମ, ପୂର୍ବତନ ବ୍ୟାଙ୍କ ଅଧିକାରୀ ଗୋବିନ୍ଦ ସେଠୀ, ଅଧ୍ୟାପିକା ଆଡ଼ଭୋକେଟ ଅନ୍ନପୂର୍ଣ୍ଣ ଦେବୀ, ଯୁବନେତା ମନୋରଞ୍ଜନ ଜେନା ପ୍ରମୁଖ ଭାଗ ନେଇଥିଲେ । ବୁଦ୍ଧ ବିହାରର ଭିକ୍ଷୁ ସୁବୁଦ୍ଧି ବୁଦ୍ଧ ବନ୍ଦନା ପାଠ କରି ସଭାଟିକୁ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ପରିଷଦର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁନାକର ବେହେରା ବିବରଣୀ ପାଠ କରିବା ସହିତ ପରିଷଦର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ବିଷୟରେ ସୂଚନା ଦେଇଥିଲେ ଓ ପରିଷଦର ଉପଦେଷ୍ଟା ଲକ୍ଷ୍ମଣ ମଲ୍ଲିକ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ