ସମଣାରେ ସମବାୟ ବ୍ୟାଙ୍କ ସେବା ଋଣ କର୍ମଶାଳା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସମଣା ସମବାୟ ସମିତି ପକ୍ଷରୁ ବ୍ୟାଙ୍କସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମିତିର ସମ୍ପାଦକ ଅକ୍ଷୟ କୁମାର କବିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମ୍ବାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, କେସିସି ବ୍ୟାଙ୍କ ହାଟଡିହି ଶାଖାର ପରିଚାଳକ ସଲିଳ ନାୟକ, ସମିତିର ସଭାପତି ଧୁଶାସନ ବେହେରା, ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି, ଷଡଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚାଷୀ ମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସମବାୟ ସମିତି ମାଧ୍ୟମରେ ଚାଷୀମାନେ ବିନା ସୁଧରେ ଋଣନେଇ ଚାଷକରିବା ସହିତ ଲାଭବାନ ହେବାକୁ ଆହ୍ୱାନ କରିଥିଲେ । ଷଷିକାନ୍ତ ସ୍ୱାଇଁ, ସୁଦାମ ଚରଣ ସାହା, ତାରିଣୀ ପ୍ରସାଦ ଜେନା, ପ୍ରକାଶ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପୁର୍ବତନ ସମ୍ପାଦକ ବାମଦେବ ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ