ବର୍ଷାପବନରେ ଗଛ ଭାଙ୍ଗିଲା, ଦୀର୍ଘ ସମୟ ଧରି ଛେନାପଦି-ହଦଗହ ରାସ୍ତାରେ ଗାଡି ଚଳାଚଳ ବନ୍ଦ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି ସନ୍ଧ୍ୟାରେ କାଳବୈଶାଖିର ପ୍ରଭାବରେ ଅନେକ ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଛି । ସନ୍ଧ୍ୟା ୫ଟା ସମୟରେ ପ୍ରବଳ ବେଗରେ ପବନ ବହିବାସହ ବର୍ଷା ଲାଗିରହିବାରୁ ଅନେକ ସ୍ଥାନରେ ଗଛପତ୍ର ଉପୁଡିପଡିବା ସହ ଅନେକ ଚାଳଘରର ଛପର ଉଡି ଯାଇଥିବା ଜଣାଯାଇଛି । ଅନେକ ସ୍ଥାନରେ ବଡବଡ ଗଛ ଭାଙ୍ଗିପଡି ଥିବାରୁ ସମଗ୍ର ବ୍ଲକ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ଛେନାପଦି-ହଦଗଡ ରାସ୍ତାର ବୈଦାଖିଆ ନିକଟରେ ଏକ ବିରାଟ ଆମ୍ବଗଛ ଭାଙ୍ଗିପଡି ଏକ ଟ୍ରକ ଉପରେ ପଡିଥିଲା । ସ୍ଥାନୀୟ ଲୋକମାନେ ହାଟଡିହି ଅଗ୍ନିଶମ ବିଭାଗକୁ ଅବଗତ କରାଇଥିଲେବି ଅଗ୍ନିଶମ ବିଭାଗର ଗାଡି ଅନ୍ୟତ୍ର ନିାଁଲିଭା କାର୍ଯ୍ୟରେ ପଳାଇଥିବାରୁ ସ୍ଥାନୀୟ ଲୋକମାନେ ବାଧ୍ୟହୋଇ ଗଛକାଟି ରାସ୍ତା ସଫା କରିବାପରେ ଗାଡିଚଳାଚଳ ସ୍ୱାଭାବିକ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ