ଆଗରପଡାରେ ଶଙ୍ଖ ମୋର ଗର୍ବ କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡା ଠାରେ ବ୍ଲକ ବିଜେଡି ପକ୍ଷରୁ ଶଙ୍ଖ ମୋର ଗର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ନିହାରିକା ରାଉତ, ଜିଲା ପରିଷଦ ସଭ୍ୟା ରୁନିତା ଦାସ, ମୁନି ମୁଣ୍ଡା, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ସୁବାଷ ଦାସ, ପୂର୍ଣ୍ଣ ଚନ୍ଦ୍ର ରାଉତ, କାହ୍ନୁ ଚରଣ ଦାସଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ଦଳୀୟ ନେତୃତ୍ୱ ଓ ଯୁବ ଛାତ୍ର ମାନେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଶଙ୍ଖ ମୋର ଗର୍ବ ବୋଲି ଶପଥ ପାଠ କରିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳ ବିରୋଧି କାର୍ଯ୍ୟ ପାଇଁ ବ୍ଲକର ୩ ଜଣଙ୍କୁ ଗତ ୨୦ ତାରିଖରେ ଜିଲା ସଭାପତି ବହିଷ୍କାର କରିଥିଲେ । ଉକ୍ତ ବହିଷ୍କାର ନିଷ୍ପତ୍ତିକୁ ଉପସ୍ଥିତ ସମସ୍ତ ନେତୃତ୍ୱ ମାନେ ସ୍ୱାଗତ କରିବା ସହ ବ୍ଲକରେ ବିଜେଡି ସଙ୍ଗଠନ ଆହୁରି ଶକ୍ତିଶାଳୀ ହେବ ବୋଲି ମତାମତ ଦେଇଥିଲେ ।


