ସୁଲୋଚନା ଦାଶ ବିଜ୍ଞାନାଗାର ର ଭିତ୍ତିପ୍ରସ୍ତର ସ୍ଥାପନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଏକ ବିଜ୍ଞାନାଗାର ନିର୍ମାଣ ପାଇଁ
ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାୟ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଥିବା ଏହି ବିଜ୍ଞାନାଗାର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ବିଜ୍ଞାନାଗାର ଟିକୁ ସୁଲୋଚନା ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପରିବାର ପକ୍ଷରୁ ନିର୍ମାଣ କରାଯିବ।ଆୟୋଜିତ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ପୁରୀ ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ହିମାଂଶୁ ଭୂଷଣ ସମରଥ, ମଣ୍ଡଳ ଶିକ୍ଷା ଅଧିକାରୀ ଦ୍ୱିତିକାନ୍ତ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ନାୟକ,ସରପଞ୍ଚ ମଞ୍ଜୁଶ୍ରୀ ଭୋଇ, ସମିତି ସଭ୍ୟା ଝରଣା ସାହୁ, ଶିକ୍ଷାବିତ ଦ୍ଵିଜବର ମୁଦୁଲି, ଆଲୁମିିନ କମିଟି ସଭାପତି ଗୋପୀନାଥ କର ପ୍ରମୁଖ ଯୋଗଦାନ କରିଥିଲେ। ବିଜ୍ଞାନାଗାର ନିର୍ମାଣ ହେଲେ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ଶିକ୍ଷକ ତ୍ରିଲୋଚନ କର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ