ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ୭ମ ସନ୍ଧ୍ୟା
ବନ୍ତ, (ଚାନ୍ଦିନୀ ମହାନ୍ତି):ମହୋତ୍ସବକୁ କଳା ଓ ସଂସ୍କୃତି ରୋମନ୍ଥନ କରେ ବୋଲି ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଠାରେ ୯ମ ବାର୍ଷିକ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୭ମ ସନ୍ଧ୍ୟାରେ ମୁଖ୍ୟ ଅତିଥି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ । ବରିଷ୍ଠ ଆଇନଜୀବି ମନୋଜ ରାୟଙ୍କ ସଭାପତିତ୍ୱ ଓ କମିଟିର ସମ୍ପାଦକ ହେମନ୍ତ ସିଂହ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ସମ୍ମାନିତ ଅତିଥି ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁ, ଗୋପିନାଥପୁର ସରପଞ୍ଚସବିତାରାଣୀ ନାୟକ, ପୂର୍ବତନ ସରପଞ୍ଚ ରବିନାରାୟଣ ମହାନ୍ତି, ସମାଜସେବୀ କାର୍ତ୍ତିକ ଜେନା ଯୋଗ ଦେଇଥିଲେ । ପ୍ରାରମ୍ଭରେ କମିଟି ଉପସଭାପତି ମମତା ମହାନ୍ତି ସ୍ୱାଗତ ଭାଷଣ ଓ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଖବରଦାତା ସୁକାନ୍ତ ଜେନା ଓ ସାମାଜିକ କର୍ମୀ ଦୀଲ୍ଲିପ ସ୍ୱାଇଁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସାଂସ୍କୃତିକ ମଞ୍ଚକୁ ରଶ୍ମିତା ପୁହାଣ, ଚିତ୍ତରଞ୍ଜନ ଦାସ, ସୁବୋଧ କୁମାର ସାହୁ ଓ ପଞ୍ଚାନନ ପୃଷ୍ଟି ପରିଚାଳନା କରିଥିଲେ । ସଭାରେ ମୁଖ୍ୟ ଆକର୍ଷଣ ଥିଲେ ‘ଟୋକାଟା ବିଗିଡ଼ି ଗଲା’ ଓ ‘ପ୍ରଥମ ଦେଖା’ ଚଳଚିତ୍ରର ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ । ଶେଷରେ ନୃତ୍ୟଗୁରୁ ଶୁଭେନ୍ଦୁ ଲେଙ୍କାଙ୍କ ସଂଯୋଜନାରେ ସଂଚାର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉପସଭାପତି ଗୋପାଳ କୃଷ୍ଣ ଦାଶଙ୍କ ତତ୍ତ୍ାବଧାନରେ ମନ୍ମଥ ଦାସ, କୈଳାସ ଧଳ, ଉଲ୍ଲାସ ବାରିକ, ଅଶୋକ କୁମାର ପରିଡ଼ା, ଛାୟାକାନ୍ତ ନନ୍ଦ, ସତ୍ୟବାନ ଦାସ, କଳ୍ପତରୁ ସାହୁ, ସୁବାଷ ବେହେରା, ଦୀପକ ପୁରୀ, ଦିପୁ ସିଂହ, ଶ୍ରଦ୍ଧେୟ ପଣ୍ଡା, ନୀହାର ରଞ୍ଜନ ସାହୁ, ଆମ୍ରପଲ୍ଲି ଗାହାଣ ଙ୍କ ସମେତ ରୟାଲ ଇଗଲ କ୍ଲବର ସଭ୍ୟମାନେ ବିଭିନ୍ନ କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ ।