ମେଗା ପାୱାର ଷ୍ଟାର ରାମ ଚରଣଙ୍କ ଜନ୍ମ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ତେଲୁଗୁ ଷ୍ଟାର ଚୁରଞ୍ଜିବିଙ୍କ ପୁତ୍ର ଗ୍ଲୋବାଲ ଷ୍ଟାର ଏବଂ ମେଗା ପାୱାର ଷ୍ଟାର ରାମ ଚରଣଙ୍କ ଜନ୍ମ ଦିବସ ଗତକାଲି ପାରଳାଖେମୁଣ୍ଡି ଠାରେ ପାଳିତ ହୋଇଯାଇଛି. ମେଗା ଷ୍ଟାର ଚୁରଞ୍ଜିବି ଫ୍ୟାନ୍ସ ଆସୋସିଏସନ ତରଫରୁ ଏହି ଜନ୍ମ ଦିବସ ପାଳନ କରାଯାଇଥିଲା. ଗ୍ଲୋବାଲ ଷ୍ଟାର ରାମ ଚରଣଙ୍କ ଜନ୍ମ ଦିବସ ଅବସରରେ ପାରଳାଖେମୁଣ୍ଡି ନଟରାଜ ଟକିଜରେ ରାମ ଚାରଣ ଅଭିନୀତ ଅରେଞ୍ଜ ନାମକ ଏକ ତେଲୁଗୁ ଚଳଚ୍ଚିତ୍ରକୁ ସ୍ୱତନ୍ତ୍ର ଭାବେ ପ୍ରଦଶନ କରାଯାଇଥିଲା. ଚିରଞ୍ଜୀବ ଓ ରାମ ଚରଣଙ୍କ ଫ୍ୟାନ୍ସ ମାନେ ନଟରାଜ ଥିଏଟର ପରିସରରେ ଏକତ୍ରିତ ହୋଇ ଜନ୍ମ ଦିବସ କେକ କାଟି ପରସ୍ପର ମଧ୍ୟରେ ମଜା ଉଠାଇଥିଲେ. ଏଥିସହ ଫ୍ୟାନ୍ସ ମାନେ ରାମଚରିତ ଅଭିନୀତ କେତେକ ଗୀତ ବଜାଇ ବାଣ ଫୁଟାଇ ଆନନ୍ଦରେ ନାଚି ଉଠିଥିଲେ. ପରିସରରେ ସମସ୍ତ ଫ୍ୟାନ୍ସ ମାନେ ରାମଚରିତ ଅଭିନୀତ କରିଥିବା ତେଲୁଗୁ ଚଳଚ୍ଚିତ୍ର ଅରେଞ୍ଜ ସିନେମାକୁ ପାରଳାଖେମୁଣ୍ଡି ନଟରାଜ ଟକିଜରେ ଅତ୍ୟନ୍ତ ଆନନ୍ଦରେ ଦେଖି ଜନ୍ମ ଦିନରେ ମଜା ଉଠାଇଥିଲେ.


