ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ୮ମ ସନ୍ଧ୍ୟା

ବନ୍ତ, (ଚାନ୍ଦିନୀ ମହାନ୍ତି):ମହୋତ୍ସବ ପୂର୍ବସୂରୀ ମାନଙ୍କୁ ସ୍ମରଣ କରିଥାଏ ବୋଲି ବନ୍ତ ବ୍ଲକ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ୯ମ ବାର୍ଷିକ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୮ମ ସନ୍ଧ୍ୟାରେ ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ(ସାଂସ୍କୃତିକ ପରିଷଦ) ତଥା ବିଶିଷ୍ଟ ସମାଜସେବୀ ଶଶୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ । ମୁଖ୍ୟବକ୍ତା ଭାବେ ଶହୀଦ ଭଗତସେନାର ଆବାହକ ତଥା ବିଶିଷ୍ଟ ସମାଜସେବୀ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇ ମହୋତ୍ସବ ଆଞ୍ଚଳିକ ପ୍ରତିଭା ମାନଙ୍କର କଳାକୁ ପ୍ରଦର୍ଶନ କରିଥାଏ ବୋଲି କହିଥିଲେ । ମହୋତ୍ସବ କମିଟିର ବରିଷ୍ଠ ଆଇନଜୀବି ମନୋଜ ରାୟଙ୍କ ସଭା ପରିଚାଳନାରେ ସମ୍ପାଦକ ହେମନ୍ତ ସିଂହ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ଉପଦେଷ୍ଟା ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । କ୍ଷୀରାବ୍ଦୀ ତନୟା ପଣ୍ଡା, ବନ୍ଦନା ପ୍ରିୟଦର୍ଶନୀ ଜେନା ଓ ସିଜା ରାୟ ପ୍ରାରମ୍ଭିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଅନ୍ୟତମ ଅତିଥି ଭାବେ କମିଟିର ଉପ-ସଭାପତି ମମତା ମହାନ୍ତି, ଉପଦେଷ୍ଟା ବିଦ୍ୟାଧର ବେହେରା ଯୋଗଦେଇଥିଲେ । ସଭାରେ ମୁଖ୍ୟ ଆକର୍ଷଣ ଥିଲେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା । ସେମାନଙ୍କ ଚଳଚିତ୍ର ‘ପାଗଳପ୍ରେମୀ’ ‘ଫିଲ ମାଇଁ ଲଭ’ ‘ମାଲ ମହୁ ଜୀବନ ମାଟି’ ର ସଂଳାପ ଓ ‘ମଲ୍ଲିକା ଚାଲ ଯିବା ଚିଲିକା’ ନୃତ୍ୟରେ ଦର୍ଶକ ମତ୍‌ୁଆଲା ହୋଇଥିଲେ । ଏହି ଅବସରରେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଚିତ୍ରଶିଳ୍ପୀ ନମିତା ବେହେରା ପ୍ରତିକୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ । ୍‌କୃତି ପ୍ରତିଯୋଗୀଙ୍କୁ ଅନୀତା ବେହେରା ଅର୍ଥରାଶି ପ୍ରଦାନ କରିଥିଲେ । ମହୋତ୍ସବ କମିଟିର ଉପଦେଷ୍ଟା କୈଳାସ ଚନ୍ଦ୍ର ଧଳ, ନାରାୟଣ ଚନ୍ଦ୍ର ଲେଙ୍କା, ବିଦ୍ୟାଧର ବେହେରା, ହରମୋହନ ପଣ୍ଡା, ସନ୍ତୋଷ କୁମାର ମହାନ୍ତି, ମଧୁସୂଦନ ସାହୁ, ସୁବୋଧ କୁମାର ସାହୁ, ମନ୍ମଥ କୁମାର ଦାସ, ସିକନ୍ଦର ଜେନା, ବିଶ୍ୱରଞ୍ଜନ ପଣ୍ଡାଙ୍କ ସମେତ ସାଇ ନୃତ୍ୟ ଡ୍ୟାନ୍ସ ଗ୍ରୁପର ଅଧ୍ୟକ୍ଷା ପୁଷ୍ପମିତ୍ର ବେହେରା ଓ ରୟାଲ ଇଗଲ କ୍ଲବର ସଦସ୍ୟ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଉପସଭାପତି ଗୋପାଳ କୃଷ୍ଣ ଦାଶଙ୍କ ତତ୍ତ୍‌ାବଧାନରେ ଉଲ୍ଲାସ ବାରିକ, ଅଶୋକ କୁମାର ପରିଡ଼ା, ଦୀପକ ପୁରୀ, ନୀହାର ରଞ୍ଜନ ସାହୁ, ମାମୁନି ସିଂହ, ମାନସ ରାୟ, ଭରତ ସାହୁ, ଆମ୍ରପଲ୍ଲି ଗାହାଣଙ୍କ ସମେତ ରୟାଲ ଇଗଲ କ୍ଲବର ସଭ୍ୟମାନେ ବିଭିନ୍ନ କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଇନୃତ୍ୟ ଡ଼୍ୟାନ୍ସ ଗ୍ରୁପର କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ