ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବ ଉଦ୍ଯାପିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ୯ମ ବାର୍ଷିକ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ୯ଦିନ ଧରି ଚାଲିଥିବା ଏହି ମହୋତ୍ସବର ପ୍ରତ୍ୟେହ ସନ୍ଧ୍ୟାରେ ସଭା, ପ୍ରତିଭା ସମ୍ବର୍ଦ୍ଧନା, ପୁରସ୍କାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଚଳଚିତ୍ର ଓ ଧାରାବାହିକ ଜଗତର ଆଗଧାଡ଼ିର ଅଭିନେତାମାନେ ଯୋଗଦେଇ ଅଞ୍ଚଳବାସୀଙ୍କୁ ଖୁସି ବାଣ୍ଟିଥିଲେ । ଉଦ୍ଯାପନୀ ସଭାକୁ ମହୋତ୍ସବ କମିଟିର ବରିଷ୍ଠ ଆଇନଜୀବି ମନୋଜ ରାୟ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ବନ୍ତ ଅଞ୍ଚଳର ସମାଜସେବୀ ଡ଼. ସୁଧାଂଶୁ ଶେଖର ନାୟକ ଯୋଗଦେଇ ମହୋତ୍ସବର ମହକ ସଂସ୍କୃତିକୁ ଉଦ୍ଜୀବିତ କରିଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ସେନା ଅଧିକାରୀ ତଥା ଏକାଡ଼େମିକ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବସନ୍ତ କୁମାର ସାମଲ ଯୋଗ ଦେଇ ଆଗରପଡ଼ାରେ ମହୋତ୍ସବ ପାଳନର ଅନୁଭୂତି ନିଆରା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଆଧ୍ୟାତ୍ମିକ ଗୁରୁ ଅଭିନାଶ ବାବା ଯୋଗ ଦେଇ ମହୋତ୍ସବ ଦ୍ୱାରା ଐକ୍ୟ ଓ ସଂହତିର ବିକାଶ ଘଟିଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ଉପସଭାପତି ମମତା ମହାନ୍ତି, ଗୋପାଳକୃଷ୍ଣ ଦାଶ, ନୃତ୍ୟଗୁରୁ ରଶ୍ୱିତା ସେଠୀ ମଞ୍ଚାସୀନ ଥିଲେ । ଏହି ଅବସରରେ ମହୋତ୍ସବ କମିଟିର ଉପଦେଷ୍ଟା ରାମଚନ୍ଦ୍ର ନାୟକ, ଗୋଲକ ପୃଷ୍ଟି ଓ ବସନ୍ତ କୁମାର ସାମଲଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଭା ଚୟନରେ ନୃତ୍ୟଶିଳ୍ପୀ ମନୋଜ କୁମାର ସେନାପତି, ଗୋପୀକ୍ରିଷ୍ଣା ସିଂହ, ଆଦ୍ୟାଶା ନାଥ, ଅମ୍ରିତା ସିଂହ, ଆଇସା ଖାତୁନ, ଝରଣା ସିଂହ ଓ ସ୍ୱେଚ୍ଛାସେବୀ ଭାବେ ନିହାର ରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ, ଦୀପକ ପୁରୀ, ଆମ୍ରପଲ୍ଲୀ ଗାହାଣ, ରଶ୍ୱିତା ପୁହାଣଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥବା ବେଳେ ଉପଦେଷ୍ଟା ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । କ୍ଷୀରାବ୍ଦୀ ତନୟା ପଣ୍ଡା, ବନ୍ଦନା ପ୍ରିୟଦର୍ଶନୀ ଜେନା ପ୍ରାରମ୍ଭିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ମହୋତ୍ସବ କମିଟିର ଉପଦେଷ୍ଟା କୈଳାସ ଚନ୍ଦ୍ର ଧଳ, ସିକନ୍ଦର ଜେନା, ବିଶ୍ୱରଞ୍ଜନ ପଣ୍ଡା, ବିଦ୍ୟାଧର ବେହେରା, ସୁବୋଧ କୁମାର ସାହୁ, ମନ୍ମଥ କୁମାର ଦାସ,ଉଲ୍ଲାସ ବାରିକ, ଅଶୋକ କୁମାର ପରିଡ଼ା, ମାମୁନି ସିଂହ ଙ୍କ ସମେତ ରୟାଲ ଇଗଲ କ୍ଲବର ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।