ପାଣିପାଇଁ ଆନ୍ଦୋଳନ କଲେ ମହିଳା

ଲାଞ୍ଜିଗଡ଼, ( ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲାସ୍ଥିତ ଲାଞ୍ଜିଗଡ ବ୍ଲକର ମହିଳାମାନେ ରବିବାର ପାଣି ପାଇଁ ବିଶ୍ୱନାଥପୁର ବ୍ଳକରେ ଆନ୍ଦୋଳନ କରିଛନ୍ତି । ସୁଚନାଯୋଗ୍ୟ , ଦୀର୍ଘ ଦିନରୁ ବିଶ୍ୱନାଥପୁର ଅଞ୍ଚଳକୁ ପାଣି ଯୋଗାଉଥିବା ପାଇପକୁ ବେଦାନ୍ତ କମ୍ପାନୀ ରେଲୱେ ଓଭର ବ୍ରିଜ ନିର୍ମାଣ କରିବାବେଳେ କାଟି ଦେଇଥିଲା । ଯାହା ଫଳରେ ଲାଞ୍ଜିଗଡ ବ୍ଲକର ଲୋକମାନେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ବିଶ୍ୱନାଥପୁର ଅଞ୍ଚଳର ଚାରିଖଣ୍ଡ ଗାଁ ଧଅରାଭଟା,ଖମନ ଖୁଟି,ଗୋଲାଙ୍ଗ ବନ୍ଧ ଓ ବିଶ୍ୱନାଥପୁର ଲୋକେ ପାଣି ପାଇଁ ସବୁବେଳେ ସମସ୍ୟା ଭୋଗୁଛନ୍ତି ।ଏଥିପାଇଁ ଶତାଧିକ ମହିଳା ନିଜ ହକ ପାଣି ଯୋଗାଇବା ପାଇଁ ଦାବି ରଖିଥିଲେ । ସାତ ଦିନ ମଧ୍ୟରେ ଏହାର ସମାଧାନ ନ କଲେ ପୁଣି ଆନ୍ଦୋଳନ କରାଯିବ ଓ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ଅଚଳ କରାଯିବା ସହ ବେଦାନ୍ତ କୁ ତୀବ୍ର ବିରୋଧ କରାଯିବ ବୋଲି ଚେତବନୀ ଦେଇଛନ୍ତି ।ଏହାର ସମାଧାନ ପାଇଁ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ