ଶିବ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଚବିଶି ପ୍ରହର ନାମଯଜ୍ଞ ପାଇଁ ଶୁଭଖୁଣ୍ଟି ସ୍ଥାପନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମରେ ସିଦ୍ଧେଶ୍ବର ଶିବ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଚବିଶି ପ୍ରହର ନାମଯଜ୍ଞ ପାଇଁ ଶୁଭଖୁଣ୍ଟି ସ୍ଥାପନ ଉତ୍ସବ ଅନୁଷ୍ଠିତ ହିଇଯାଇଛି। ଏହି ଉତ୍ସବରେ ପୁରୋହିତ ଭାବେ ପଣ୍ଡିତ କାଳୁ ଚରଣ ଶତପଥୀ, ରବୀନ୍ଦ୍ର ଷଡ଼ଙ୍ଗୀ, ଚିରଞ୍ଜିବି ଷଡ଼ଙ୍ଗୀ, ନଗେନ୍ଦ୍ରନାଥ ଷଡ଼ଙ୍ଗୀ, ବଳରାମ ଖଡଙ୍ଗା ପ୍ରମୁଖ ଯୋଗଦେଇଥିବା ବେଳେ ସଭାପତି ପ୍ରଫୁଲ ନାୟକ ଓ ସମ୍ପାଦକ ସୀମାଞ୍ଚଳ ଦାଶ ଉପସ୍ଥିତ ଥିଲେ। ମସ୍ତ୍ରୀ ଭାବେ ଧନୁ ଦାସ ଓ ନିରାକାର ସାମନ୍ତରା ଏବଂ ମହାରଣା ଭାବେ ସୁରେଶ ଚନ୍ଦ୍ର ମହାରଣା କାର୍ଯ୍ୟ ତୁଲାଇଥିଲେ। ଆସନ୍ତା ମଇ ୧୯, ୨୦ ଓ ୨୧ ତାରିଖରେ ଶିବ ମନ୍ଦିର ପ୍ରତିଷ୍ଠା ସହ ୨୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବ। ଗ୍ରାମବାସୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ