ଗଜପତିରେ ଶ୍ରୀରାମ ନବମୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାରେ ଥିବା ୭ ଗୋଟି ବ୍ଲକ ଯଥା କାଶୀନଗର, ଗୁମ୍ମା, ଗୋଷଣୀ, ରାୟଗଡ଼, ନୂଆଗଡ, ଆର. ଉଦୟଗିରି, ମୋହନା ଆଦି ବ୍ଲକରେ ଆଜି ଶ୍ରୀରାମ ନବମୀ ଅତ୍ୟନ୍ତ ଭକ୍ତିପୂତ ଭାବେ ମହା ସାମହୋରରେ ପାଳିତ ହୋଇଛି. ପାରଳାଖେମୁଣ୍ଡି ସହରର ବଜାର ଛକ ନିକଟରେ ଥିବା ଶ୍ରୀରାମ ମନ୍ଦିର, ପାରଳା ପୌର ପରିଷଦ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ରାମ ମନ୍ଦିର ଏବଂ ୱାର୍ଡ ନଂ ୧ ରେ ରହିଥିବା ଶ୍ରୀ ରାମ ମନ୍ଦିରରେ ଆଜି ଭୋର ସକାଳୁ ଭକ୍ତଙ୍କ ଗହଳି ଦେଖା ଯାଇଥିଲା. ଭକ୍ତ ମାନେ ଶ୍ରୀରାମ ମନ୍ଦିର ଗୁଡିକରେ ପ୍ରଦୀପ ପ୍ରଜଳନ କରି ପୂଜା ଅର୍ଚ୍ଚନା କରିଥିଲେ. ୱାର୍ଡ ନଂ ୧ ରେ ଥିବା ଶ୍ରୀ ରାମ ମନ୍ଦିରରେ ୪ ହଜାରରୁ ଉର୍ଦ୍ଧ ଭକ୍ତଙ୍କୁ ଅନ୍ନ ପ୍ରସାଦ ପ୍ରଦାନ କରାଯାଇଥିଲା.


