ନୁଆଗାଁ ବାଲିଘାଟରୁ ବେଆଇନ ବାଲି ଚୋରା ଚାଲାଣ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଗତ କିଛିଦିନ ହେଲା ହାଟଡିହି ତହସିଲ ଅଧିନସ୍ଥ ବିଭିନ୍ନ ସ୍ଥାନରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧା ପାଇଛି । ବିଶେଷକରି ନୁଆଗାଁ, କରଗୋଳା, ସିଙ୍ଗଡୋବ ଆଦି ବାଲିଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାବେଳେ ଝଣଝଣା, ଶଙ୍କଟପାଲିଆ, ବିଣାପାଟିଆ, ପତଡା, ଝୁଣାବାଡି, ମହୁଳପଙ୍ଖା ଆଦି ଅଞ୍ଚଳରୁ ବେଆଇନ ଭାବେ ମୋରମ ଓ ମାଙ୍କଡାପଥର ଚୋରାଚାଲାଣ ବୃଦ୍ଧି ପାଇଛି । ତହସିଲ କର୍ତ୍ତୁପକ୍ଷ କି ପୁଲିସ କେହିବି ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନୁଆଗାଁ ଓ କରଗୋଳା ବାଲି ଘାଟରେ ଦିନକୁ ଶହଶହ ଟ୍ରାକ୍ଟର ବେଆଇନ ଭାବେ ବାଲିପରିବହନ କରୁଛନ୍ତି । ଏତେ ସଂଖ୍ୟକ ଟ୍ରାକ୍ଟର ଯିବା ଆସିବା କରିବାଦ୍ୱାରା ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହାକୁନେଇ ଆଜି ନୁଆଗାଁରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କିଛି ଗ୍ରାମବାସୀ ଏ ସମ୍ପର୍କରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଶାସନ ପକ୍ଷରୁ ଏହି ବାଲିଘାଟ ଗୁଡିକ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ସେହିପରି ଗରଗେଳା ବାଲିଘାଟରୁ ମଧ୍ୟ ବେ ଆଇନ ବାଲିପରିବହନ ହେଉଛି । ଦୈନିକ ଶହଶହ ଟ୍ରାକ୍ଟର ବେ ଆଇନ ଭାବେ ବାଲି ଚାଲାଣ କରୁଛନ୍ତି । ସେହିପରି ଝୁଣାବାଡି ଠାରେ ଚାଲିଥିବା ମାଙ୍କଡା ପଥର ଖାଦାନ ଉପରେ ଗତ କିଛିଦିନ ତଳେ ସୋସୋ ପୁଲିସ ଚଢ଼ାଉ କରି ଏକ ପାୱାର ଟିଲର ଜବଦ କରିଥିବାବେଳେ ମୋରମ ଚୋରା ଚାଲାଣ ରୋକିବାକୁ ବିଭିନ୍ନ ଖଣିରେ ଚଢ଼ାଉ ଜାରି ରଖିଛନ୍ତି । ସେହିପରି ତହସିଲ ପ୍ରଶାସନ ହେଉ କିମ୍ବା ପୁଲିସ ପ୍ରଶାସନ ବେ ଆଇନ ବାଲିଘାଟ ଉପରେ ଚଢ଼ାଉ କରିବାକୁ ସାଧାରଣରେ ଦାବି ହେୁଛି । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଅଳ୍ପଦିନ ମଧ୍ୟରେ ଏହି ବେଆଇନ ବାଲିଘାଟରେ ୧୪୪ଧାରା ଜାରି କରିବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ