ନାଉଗାଁ ପୋଲିସର ଗାଡି ଚେକିଂ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ଶିଖର-ବାଲିଭଉଁରୀ ରାସ୍ତାର ଘୋଡାଂଶ ଛକ ନିକଟରେ ଥାନା ପକ୍ଷରୁ ରବିବାର ଗାଡି ଚେକିଂ କରାଯାଇଥିଲା । ଥାନା ଆଇଆଇସି ଅନିରୁଦ୍ଧ ନାୟକଙ୍କ ତତ୍ୱାବଧାନରେ ଏସଆଇ ରଘୁନାଥ ଟୁଡୁ, ଏଏସଆଇ ଚନ୍ଦ୍ରମୋହନ ହାଁସଦାଙ୍କ ନେତୃତ୍ୱରେ ବାଇକ ଚାଳକମାନଙ୍କୁ ଯାଂଚ କରାଯାଇଥିଲା । ବିନା ହେଲମେଟ ଓ ଲାଇସେନ୍ସ ନଥିବା ଚାଳକମାନଙ୍କ ଠାରୁ ଜୋରିମାନା ପାଇଁ ଚାଲାଣ କଟାଯାଇଥିଲା । ୧୩ ଜଣ ବାଇକ ଚାଳକଙ୍କ ନିକଟରୁ ୪୮ହଜାର ଟଙ୍କାର ଚାଲାଣ କଟାଯାଇଥିବା ଥାନା ଆଇଆଇସି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।