ସୋସୋ ନୋଡାଲ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡାଙ୍କୁ ଅବସରକାଳୀନ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେ ୩୪ବର୍ଷ ଧରି ମାଙ୍କଡମୁଣ୍ଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଥିବାବେଳେ ଆଜି ସେହି ମାଙ୍କମୁଣ୍ଡିଆ ସ୍କୁଲର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ସୋସୋ ନୋହାଲ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ସକାଳେ ତାଙ୍କ କାନପୁରସ୍ଥିତ ବାସଭବନକୁ ଯାଇ ସେଠାରୁ ଏକ ପଟୁଆରରେ ସୋସୋ ନୋଡାଲ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ । ସୋସୋ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିଶୁ ସାହିତି୍ୟକ ତଥା କେନ୍ଦ୍ର ସାହିତ୍ୟଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡ.ରାମଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ଜେନା, ଶିକ୍ଷକ ସଂଘ ନେତା ରଘୁନାଥ ବେହେରା, ଶିକ୍ଷାବିତ ଦୟାନିଧି ରାଉତ, ରଘୁନାଥ ପରିଡା, ଓଷ୍ଟାର ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ, ମିଳିତ ଶିକ୍ଷକ ମଞ୍ଚର ସମ୍ପାଦକ ମିହିର କୁମାର ପଣ୍ଡା, ସୋସୋ ପଞ୍ଚାୟତର ସରପଞ୍ଚ ରାଜ କୁମାର ଦାସ, ଶିକ୍ଷାବିତ ଆନନ୍ଦ ଚନ୍ଦ୍ର ମଲ୍ଲିକ, ରମେଶ ଚନ୍ଦ୍ର ମହାନ୍ତି, ପିତବାସ ନାୟକ, ମାଇନ୍ସ ମ୍ୟାନେଜର ଦେବାଶିଷ ମାନସ ରଞ୍ଜନ ସେଠୀ, ଭୁବନେଶ୍ୱର ସରସ୍ୱତୀ ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ରବିନ୍ଦ୍ର କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସନ୍ତ କୁମାର ମହାନ୍ତି, ମୋ ସ୍କୁଲ ଅଭିଯାନ କମିଟିର ସଭାପତି ରବିନ୍ଦ୍ର ନାଥ ରାଉତ, ସୋସୋ ସିଆରସିସି ବୁଦ୍ଧଦେବ ରାଉତ ପ୍ରମୁଖ ପ୍ରମୁଖ ଯୋଗଦେଇ ଅବସର ନେଉଥିବା ପ୍ରଧାନଶିକ୍ଷକ ହରମୋହନ ପଣ୍ଡାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ସେ କେବଳ ଜଣେ ଶିକ୍ଷକ ନଥିଲେ, ସେ ଥିଲେ ଏକ ଅନୁଷ୍ଠା, ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ସେ ଜଣେ ଶିକ୍ଷକ ନେତା, ଜଣେ ଦକ୍ଷ ସଂଗଠକ ଥିଲେ । ତାଙ୍କର କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତି, ଛାତ୍ର ବତ୍ସଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଅଭିହିତ କରିଥିଲେ । ଯେଉଁଥି ପାଇଁକି ଦୀର୍ଘ ୩୦/୩୫ ବର୍ଷର ପୁରାତନ ଛାତ୍ରଛାତ୍ରୀ ମାନେ ବହୁ ଦୁରଦୁରାନ୍ତରୁ ଛୁଟିଆସିଥିଲେ ତାଙ୍କ ପ୍ରୀୟ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା ଦେବାପାଇଁ । ତାହାହିଁ ତାଙ୍କ ଛାତ୍ରବତ୍ସଳତାର ପ୍ରମାଣ ଦେଉଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନେକ ପୁରାତନ ଛାତ୍ରଛାତ୍ରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ତାଙ୍କର ଗୁଣଗାନ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ସମେତ ଆଖପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅବସର ପ୍ରାପ୍ତ ଶିକ୍ଷକ ହରମୋହନ ପଣ୍ଡାଙ୍କୁ ମାନପତ୍ର, ଉପଢ଼ୌକନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷାବିତ ମୋହନ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିବାବେଳେ ପୁରାତନ ଛାତ୍ର ଦେବାଶିଷ ସେଠୀ, ନିରଞ୍ଜନ ପାତ୍ର, ଗୌରୀ ଶଙ୍କର ପ୍ରଦାନ, କୁମୁଦୁନୀ ଟୁଡୁ, ରବିନ୍ଦ୍ର କୁମାର ସାହୁ, ଜିନତ ଖାତୁନ, ଆଲୋକ କୁମାର ସାହୁ, କୁମୁଦୁନୀ ମଲ୍ଲିକ, ନରେଶ ପ୍ରଧାନ, ଅଞ୍ଜନ ନାୟକ, କାବେରୀ ଭୋଇଙ୍କ ସମେତ ଅନେକ ପୁାତନ ଛାତ୍ରଛାତ୍ରୀ ଓ ସୋସୋ ନୋଡାଲ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ