ଓଡିଶା ବିଜ୍ଞାନ ଏକାଡେମୀରେ ଶ୍ରେୟା ସ୍ୱୟଂସିନୀ ତୃତୀୟ ସ୍ଥାନ ହାସଲ କଲେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶ୍ରେୟା ସ୍ୱଂୟସିନୀ ଓଡିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ବିଜ୍ଞାନ ସମ୍ବନ୍ଧୀୟ ପ୍ରତିଯୋଗୀତାରେ ସମଗ୍ର ଓଡିଶାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉକ୍ରଳ ଦିବସ ଅବସରରେ ଓଡିଶା ବିଜ୍ଞାନ ଏକାଡେମୀର ପ୍ରତିଷ୍ଠା ଦିବସ ସମାରୋହରେ ପ୍ରତ୍ୟେକ ଜିଲ୍ଲାରୁ ଗଣଶିକ୍ଷା ବିଭାଗରୁ ଜଣେ ଓ ଆଦିବାସୀ କଲ୍ୟାଣ ସ୍କୁଲରୁ ଜଣେ ଲୋଖାଏଁ ଛାତ୍ରୀ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗୀତାମାନ ଆୟୋଜିତ ହୋଇଥିଲା । ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳର ଛାତ୍ରୀ ଶ୍ରେୟା ସ୍ୱଂୟସିନୀ ଅଂଶ ଗ୍ରହଣ କରି ତୃତୀୟ ସ୍ଥାନ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ ତାଙ୍କ ବାପା ପ୍ରଶାନ୍ତ କୁମାର ବେହେରା, ସ୍କୁଲର ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ