ଚୈତ୍ର ମଙ୍ଗଳବାର ପୂଜା ଉଦ୍ଯାପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବମିଖାଲ ନିକଟ ଦୟାନନ୍ଦନଗର ଠାରେ ଚୈତ୍ର ମଙ୍ଗଳବାର ର ଶେଷ ପୂଜା ଉଦ୍ଯାପିତ ହୋଇଯାଇଛି । ପ୍ରତ୍ୟକ ଓଡିଆ ଘର ର ଗୃହିଣୀମାନେ ପରିବାର ଏବଂ ବିଶ୍ୱର କଲ୍ୟାଣ ପାଇଁ ମଙ୍ଗଳା ମାଙ୍କ ପୂଜା ଯଥା ବିଧି
ଅନୁସାରେ ସଂପର୍ଣ୍ଣ କରିଥାନ୍ତି । ମାସରେ ଚାରିପାଳି ଅବା କେଉଁ ମାସରେ ଏହି ପୂଜା ପାଂଚ ପାଳି ପଡିଥାଏ । ପିଢ଼ାଉପରେ ଗୁଆ ଓ ମାଙ୍କ ପ୍ରତିମୁର୍ତି ସ୍ଥାପନା କରାଯାଇ ପୂଜାକାର୍ଯ୍ୟ ଆରମ୍ଭ ହୋଇଥାଏ । ମାଙ୍କ ପୂଜା ନିମନ୍ତେ ପୁଷ୍ପ,ନାନାଦି ଫଳ,ସିନ୍ଦୁର,ଭୋଗ,ପଣା,ଗୁଆ,ଅରୁଆ ଚାଉଳ,ପିଠା ଇତ୍ୟାଦି ବିଧି
ସହିତ ଅର୍ପଣ କରିବା ସହ ପଣା କରି ମାଙ୍କୁ ଦେଇଥାନ୍ତି ।ମଙ୍ଗଳା ମାଁଙ୍କ ପୂଜା ବହି ପଢ଼ା ପରେ ଭୋଗ ଅର୍ପଣ କରିଥାନ୍ତି । ଉକ୍ତ ପୂଜା ଯଥା ବିଧି ମୁତାବକ ସ୍ଥାନୀୟ ମହିଳା ମାନଙ୍କ ଦ୍ୱାରା ସଂପନ୍ନ କରାଯାଇଥିଲା । ପରିଶେଷରେ ସାଇ ପଡିଶାଙ୍କୁ ପଣା ବଂଟନ
କରାଯାଇଥିଲା ।


