ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଫାର୍ମାସିଷ୍ଠ ଦାବି ପୂରଣ ନ ହେଲେ ସମୂହ ଛୁଟି ପାଇଁ ଫାର୍ମାସିଷ୍ଟଙ୍କ ଦାବିପତ୍ର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଓଡିଶା ଫାର୍ମାସିଷ୍ଟ ସେବା ସଂଘ ଆହ୍ୱାନକ୍ରମେ ନାଉଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟରତ ଫାର୍ମାସିଷ୍ଟମାନେ ୫ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସାମୟିକ ଛୁଟିରେ ରହିବେ ବୋଲି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଅଧିକ୍ଷକ ଡାକ୍ତର ମାନସ ମହାପାତ୍ରଙ୍କୁ ମଙ୍ଗଳବାର ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ୧୫ ଅପ୍ରେଲ ୨୦୨୩ ସୁଦ୍ଧା କୌଣସି ପଦକ୍ଷେପ ନିଆ ନ ଯାଏ ଆସନ୍ତା ୧୭ ଅପ୍ରେଲ ଠାରୁ ଦାବି ହାସଲ ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହିବେ ବୋଲି ଦାବିପତ୍ରରେ ଦର୍ଶାଯାଇଛି । ଏହି ଦାବିପତ୍ରକୁ ଫାର୍ମାସିଷ୍ଟ ଅରବିନ୍ଦ ସାହୁ, ରାଧାକାନ୍ତ ଲେଙ୍କା, ମିହିର କୁମାର ଲେଙ୍କା, ଶୁଭଲକ୍ଷ୍ମୀ ସ୍ୱାଇଁ ପ୍ରଦାନ କରିଛନ୍ତି । ଏଥିରେ ଫାର୍ମାସିଷ୍ଟମାନଙ୍କର ମୂଳ ଦରମା ଗ୍ରେଡ ପେ ୨୪ଶହ ଟଙ୍କାରୁ ୨୮ଶହକୁ ବୃଦ୍ଧି କରାଯାଉ ଏବଂ ୨ ବର୍ଷ ଚାକିରୀ ପରେ ସମୟାନୁକ୍ରମେ ସମସ୍ତଙ୍କୁ ୪୨ଶହ ଟଙ୍କା ଗ୍ରେଡ ପେ ଦିଆଯାଉ, ସରକାରୀ ଭାବେ ୨୦ା୦୮ା୨୦୨୨ରେ ପ୍ରକାଶ କରାଯାଇଥିବା ସଂଶୋଧିତ ଫାର୍ମାସିଷ୍ଟ କ୍ୟାଡର ୦୧ା୦୧ା୨୦୧୬ ପରିବେର୍ତ ୨୪ା୮ା୨୦୧୩ରୁ କାର୍ଯ୍ୟକାରୀ କରାଯାଇ ତୁରନ୍ତ ପଦୋନ୍ନିତ ଦିଆଯାଉ, ଫାର୍ମାସିଷ୍ଟ ପଦବୀକୁ ଫାର୍ମାସି ଅଫିସର ଭାବେ ନାମକରଣ କରାଯାଉ, ୨୦୧୩ ପୂର୍ବରୁ ଠିକା ନିଯୁକ୍ତି ପାଇ କାର୍ଯ୍ୟ କରିଥିବା ସମସ୍ତ ଫାର୍ମାସିଷ୍ଟ ମାନଙ୍କ କାର୍ଯ୍ୟକାଳକୁ ବରିଷ୍ଠତା ନିମନ୍ତେ ବିବେଚନା କରାଯିବା ସହ ଆର୍ଥିକ ସୁବିଧା ନିଶ୍ଚିତ କରାଯାଉ, ଏମଏଚୟୁ ଏବଂ ଆରବିଏସକେ ଅଧିନରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଖାଲି ସ୍ଥାନରେ ନିୟମିତ ନିଯୁକ୍ତି ଦିଆଯାଉ ବୋଲି ଦାବି ଗୁଡିକ ଦର୍ଶାଯାଇଛି ।


