ଘାଘରାଡିଆ ବାସନ୍ତୀ ଦୂର୍ଗା ଡ୍ରାମାଟିକ୍ କ୍ଲବର ବାର୍ଷିକୋତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଘରାଡିଆରେ ମା’ ବାସନ୍ତୀ ଦୂର୍ଗା ପୂଜା ଅବସରରେ ବାସନ୍ତୀ ଦୂର୍ଗା ଡ୍ରମାଟିକ କ୍ଲବର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଘାଘରାଡିଆ ଗ୍ରାମର ଯୁବକମାନେ ୨ଦିନ ଧରି ଚିତାକର୍ଷକ ନାଟକ ପରିବେଷଣ କରିଥିଲେ । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ଏହି ଉତ୍ସବକୁ ଉଦ୍‌ଘାଟନ କରି କହିଥିଲେ ଯେ ଗ୍ରାମାଞ୍ଚଳରେ ପରଦା ଟାଙ୍ଗି କରାଯାଉଥିବା ଡ୍ରାମା ଆଜି ହଜି ଯାଉଥିବାବେଳେ ଘାଘରାଡିଆ ଗ୍ରାମର ଗ୍ରାମବାସୀମାନେ ଏହି କଳାକୁ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବଞ୍ଚାଇ ରଖିଛନ୍ତି । କଳାକାରମାନେ ଏବେ ଖୋଲା ମଞ୍ଚରେ ସୁନ୍ଦର କଳା ପରିବେଷଣ କରୁଛନ୍ତି । ଗ୍ରାମବାସୀଙ୍କ ଉତ୍ସାହ ଏହି ଅନୁଷ୍ଠାନକୁ ଆହୁରି ଆଗକୁ ନେବ ବୋଲି ସେ କହିଥିଲେ । ନାଟ୍ୟ ନିର୍ଦ୍ଦେଶକ ଯୁବନେତା ଅକ୍ଷୟ କୁମାର ତରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶିନୀ ତରାଇ, ପୂର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷ ରବିନ୍ଦ୍ର ଶର୍ମା, ଅଧ୍ୟାପକ ସର୍ବେଶ୍ୱର ପରିଡା, ବରିଷ୍ଠ ସାମ୍ବାଦିକ ପରେଶ ଦାସ, ଘାଘରା ସରପଞ୍ଚ ଅଜିତ କୁମାର ପରିଡା, ସମିତି ସଭ୍ୟ ନିରଞ୍ଜନ ବାରିକ, ଶଶାଙ୍କ ଶେଖର ବିଶ୍ୱାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଗ୍ରାମର ସୁନାମଧନ୍ୟ କଳାକାର କରୁଣାକର ମାଝିଙ୍କ ଅକାଳ ବିୟୋଗରେ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଭାପତି ଶ୍ରୀ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ନାଟକ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଦର୍ଶକ ସମବେତ ହୋଇଥିଲେ । ଗ୍ରାମବାସୀମାନେ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମକୁ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ