ବିଜେପି ର ପ୍ରତିଷ୍ଠା ଦିବସ ପାଳନ

ନିମାପଡା, (ସନ୍ତୋଷ ଦାଶ):ଭାରତୀୟ ଜନତା ପାର୍ଟି ର ୪୪ ତମ ପ୍ରତିଷ୍ଠା ଦିବସ କୁ ନିମାପଡା ବିଜେପି ଦଳୀୟ କାର୍ଯ୍ୟାଳୟ ଠାରେ ଧୁମଧାମ ରେପାଳନ କରିଛି ।ନିମାପଡା ନଗର ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ ନାୟକ ଙ୍କ ସଭାପତିତ୍ୱ ରେ ପାଟପୁର ଠାରେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା ।ବୁଥ ର ସଭାପତି ଶ୍ରୀ ଲକ୍ଷ୍ମୀଧର ଭୋଇ ପତାକା ଉତ୍ତୋଳନ କରିଥିଲେ । ବିଜେପି ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ସର୍ବବୃହତ ଦଳ ଭାରତୀୟ ଜନତା ପାର୍ଟି ଆଜି ୧୮ କୋଟି ସଦସ୍ୟ ବିଶିଷ୍ଟ ଦଳ ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହିତ ଦଳ କୁ ବୁଥ୍ ସ୍ତରରୁ ମଜଭୁତ କରିବାକୁ ସମସ୍ତ କର୍ମୀ ଓ ନେତାମାନଙ୍କୁ ଶପଥ ପାଠ କରାଇଥିଲେ।ଦଳ ର ବିଚାର ଧାରା ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ କୁ ଗାଁ ଗହଳି ର ଜନ ସାଧାରଣ ଙ୍କୁ ଅବଗତ କରାଇବାକୁ ସମସ୍ତ କର୍ମୀ ଙ୍କୁ ଆହ୍ୱାନ ଦେଇଥିଲେ ।ନିମାପଡା ଦଳୀୟ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସମସ୍ତେ ମିଶି ଶୁଣିଥିଲେ ଓ ଚାରିଛକ ଠାରେ ଦଳୀୟ ଚିହ୍ନ ପଦ୍ମଫୁଲ ଅଙ୍କା ଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଯୁବ ନେତା ଦିଲ୍ଲୀପ ପରିଡା, ପ୍ରଣୟିନୀ ମିଶ୍ର, ସନ୍ତୋଷ ପରିଡା, ସସ୍ମିତା ବାରିକ, ସ୍ନେହାଶିଷ ବରାଳ,ସୁବାସ ବେହେରା, ପରେଶ ଜେନା ,ଜାନକୀ ନାଥ ଜେନା,ଶ୍ୟାମ ସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ