ମହାନ୍ ସଙ୍ଘ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଶିଳ୍ପ ପରିଦର୍ଶନ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଅଧିକାଂଶ ଛାତ୍ର ଛାତ୍ରୀ ଶିକ୍ଷା ପରେ ଚାକିରି ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି। ସେମାନଙ୍କ ମଧ୍ୟରେ ସ୍ବାବଲମ୍ବୀ ମନୋଭାବ ସୃଷ୍ଟି କରିବା ସହ, ଶିଳ୍ପ ପ୍ରତିଷ୍ଠା କରିବା ଓ କଳକାରଖାନା ଉପରେ ଜ୍ଞାନ ଆହାରଣ କରିବା ନିମନ୍ତେ ମହାନ୍ ସଙ୍ଘ ଉଦ୍ୟମ କରିଛି। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ସହୋଯୋଗରେ ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏପ୍ରିଲ ୭ ତାରିଖ ଦିନ ଅସ୍କା ଚିନି ଶିଳ୍ପ ପରିଦର୍ଶନ କରାଯାଇଥିଲା ଏପ୍ରିଲ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବୃନ୍ଦ ବିଭିନ୍ନ ଶିଳ୍ପ ପରିଦର୍ଶନ କରିବେ। ମହାନ ସଂଘର ସଭାପତି ସୁଶାନ୍ତ କୁମାର ସାବତ, ଶିକ୍ଷାନୁଷ୍ଠାନର ଅଧକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ସମାଜସେବୀ ବଂଶୀଧର ନାୟକ, ସୁରେନ୍ଦ୍ର ନାହାକ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ପ୍ରମୋଦ ପାଢ଼ୀ, ସଞ୍ଜୟ ଦାସ ଙ୍କ ସମେତ ଅଧ୍ୟାପକ ବୃନ୍ଦ ଛାତ୍ରଛାତ୍ରୀ ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ