କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ଜିଲ୍ଲା କର୍ମକର୍ତ୍ତା ଅନୁଷ୍ଠିତ ହୋଇଯାଇଛି

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ଜିଲ୍ଲା କର୍ମକର୍ତ୍ତା, ବ୍ଳକ ସଭାପତି ଏବଂ ଡିଜିଟାଲ ସଂଯୋଜକ ମାନଙ୍କର ଏକ ବୈଠକ ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ତୃଣମୂଳ ସ୍ତରରେ ଛାତ୍ର ଓ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବାପାଇଁ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ଏକ ନୂତନ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରେ ସାମାଜିକ ଗଣମାଧ୍ୟମ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ଓ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ ଦିଆଯାଇଛି। ଏହି ଅବସରରେ କଳାହାଣ୍ଡି ମେଡିକାଲ କଲେଜ ପାଇଁ ଜାତୀୟ ମେଡିକାଲ ଆୟୋଗ ୧୦୦ଟି ଏମବିବିଏସ୍ ସିଟ୍ ଅନୁମୋଦନ କରିଥିବାରୁ ଜିଲ୍ଲା ଛାତ୍ର ଓ ଯୁବ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଦିଆଯାଇଛି ‌। ଏହି ସାଂଗଠନିକ ସଭାରେ ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ବିଜେଡ଼ି ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ପ୍ରଦୀପ ମୁଣ୍ଡ, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଭବାନୀପାଟଣା ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଜୋନ ଯୁବ ସଭାପତି ମନିନ୍ଦ୍ର ମହାନ୍ତି, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ ସାହୁ, ମ୍ୟୁନିସିପାଲଟି ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ରାଜ୍ୟ ଯୁବ ସହ ସମ୍ପାଦକ ରବି ପଟ୍ଟନାୟକ, ସଂଖ୍ୟା ଲଘୁ ସେଲ ସଭାପତି ମହମ୍ମଦ କାଦୀର, ଆଇଟି ସେଲ ସଭାପତି ସତ୍ୟବ୍ରତ ଦାସ, ସେନାପତି ନାଏକ, ଯୁବନେତା କ୍ଷୀରସିନ୍ଧୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ ସୋସିଆଲ ମିଡ଼ିଆ ସଂଯୋଜକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପିତବାସ ବେହେରାଙ୍କୁ ଯୁବ ଟାଉନ ସଭାପତି ଘୋଷଣା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ