ଭାଷା ଆନ୍ଦୋଳନର ପ୍ରମୁଖ ସଦସ୍ୟଙ୍କ ମାତୃ ବିୟୋଗ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶଶୀକଳା ମିଶ୍ର ଜନ୍ମ ରେଖା ପଞ୍ଚମୀ ୧୯୩୧ ତାଙ୍କୁ୯୧ ବର୍ଷ ହୋଇଥିବାବେଳେ ସ୍ଵର୍ଗାରୋହଣ ତା ୯/୪/୨୦୨୩ କରିଛନ୍ତି , ସ୍ଵାମୀ ✓ଫକୀରମୋହନ ମିଶ୍ର ବାଣପୁର ନିକଟସ୍ଥ ଭୀମପୁର ର ,✓ ରାମଚନ୍ଦ୍ର ମିଶ୍ର ଙ୍କ ଜ୍ୟେଷ୍ଠା କନ୍ୟା ଶ୍ରୀ ମୁକୁନ୍ଦପୁର ଶାସନ ଗ୍ରାମରେ ଏକ ଯୌଥ ପରିବାରରେ ବୋହୁ ହୋଇଥିଲେ।ସରଳ ନିଷ୍କପଟ ହୃଦୟ ର ଶଶୀକଳା ୫ପୁତ୍ର ଓ ଗୋଟିଏ କନ୍ୟା ର ଜନନୀ ହୋଇଥିଲେ।ବଡ଼ ପୁଅ ଗିରିଜା ଶଙ୍କର ରେଳବାଇର ଅବସରପ୍ରାପ୍ତ ଅଧୀକାରୀ, ଦ୍ଵିତୀୟ ପୁତ୍ର ହରିଶଙ୍କର ଅବସରପ୍ରାପ୍ତ ଉପ କୋଷାଗାର ଅଧିକାରୀ ତୃତୀୟ ପୁତ୍ର ଶିବଶଙ୍କର ଅବସରପ୍ରାପ୍ତ ଯନ୍ତ୍ରୀ, ଚତୁର୍ଥ ପୁତ୍ର ଶକ୍ତି ଶଙ୍କର ଓକିଲ ସାନପୁଅ ଶ୍ୟାମାଶଙ୍କର ଜଣେ ସମାଜସେବୀ ବିଶେଷତଃ ଭାଷା ପ୍ରେମୀ ଭାଷା ଆନ୍ଦୋଳନର କଳାପତାକା ଅଭିଯାନରେ ସେ ବହୁବାର ଅଂଶଗ୍ରହଣ କରିଥିଲେ। ପ୍ରତିବର୍ଷ କାର୍ତ୍ତିକ ମାସରେ ଶଶୀକଳା ଅନେକ ହଵିଷ୍ୟାଳୀଙ୍କୁ ସହାୟତା କରୁଥିଲେ । ପରକୁ ଆପଣାର କରିବାର ସଦଗୁଣ ପାଇଁ ତାଙ୍କର ତିରୋଧାନ ପରେ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶତାଧିକ ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ତାଙ୍କର ଶେଷକୃତ୍ୟ ସ୍ଵର୍ଗଦ୍ଵାର ଠାରେ ସମାପନ ହୋଇଥିଲା। ଜ୍ୟେଷ୍ଠ ପୁତ୍ର ଗିରିଜା ଶଙ୍କର ମୁଖାଗ୍ନି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ