ଚାରୁଚନ୍ଦ୍ର ଇଂରାଜୀ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତସ୍ଥିତ ଚାରୁଚନ୍ଦ୍ର ଇଂଲିଶ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ରାଜ କିଶୋର ଆଚାରୀ ଯୋଗ ଦେଇ ସମୃଦ୍ଧ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀପାଠ କରଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ଜେନା ଧନ୍ୟବାଦ, ଶିକ୍ଷକ ରାଜୀବ ଲୋଚନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃୁତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡଃ.ସରେଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷକ ପ୍ରଦୀପ କୁମାର ନାୟକ, ଲକ୍ଷ୍ମୀଧର ଜେନା, ସାହିଦ୍ ସଂଗ୍ରାମ ସା, ହିମାଂଶୁ ବେହେରା, ସୁଧାଂଶୁ ଶେଖର ପୃଷ୍ଟି, ଅନାମ ବେହେରା, ଶିକ୍ଷୟତ୍ରୀ ସ୍ମୃତିରେଖା ଦାସ, ମନ୍ଦାକିନୀ ଭାଟ୍ଟରାୟ, ଦେବସ୍ମିତା ସୂତାର, ପ୍ରଜ୍ଞା ପରମିତା ବେହେରା, ଗୌରୀ ମିଶ୍ର, ପ୍ରଣତୀ ସାହୁ, କର୍ମଚାରୀ ସୁଶାନ୍ତ କୁମାର ସେଠୀ, ପ୍ରଶାନ୍ତ ନାୟକଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଓ ଅନ୍ୟ ମାନେ ସହଯୋଗ କରିଥିଲେ । ଶେଷରେ ହରି ଭାଇ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ ଓ ଓଡିଆ ସିରିଏଲ ଆର୍ଟିଷ୍ଟଙ୍କ ଦ୍ୱାରା ଅଭିନୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ