ମେ ୪ ରେ ଜିଲ୍ଲାପରିଷଦ ଉପ ନିର୍ବାଚନ ମଇଦାନ ରେ ୯ ଜଣ ପ୍ରାର୍ଥୀ

ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ମେ ୪ ତାରିଖ ରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ମଇଦାନ ରେ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଜଣେ ସ୍ବାଧୀନ ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି ।ପ୍ରାର୍ଥୀ ମାନଙ୍କର ନିର୍ବାଚନୀ ଚିହ୍ନ ମଧ୍ୟ ଜାରି କରାଯାଇଛି ।ଚୁଡାନ୍ତ ତାଲିକାରେ ଥିବା ବିଜେଡ଼ି ପ୍ରାଥୀ ଭାଗିରଥି ସେନାପତି ଙ୍କୁ ଶଙ୍ଖ, ବିଜେପି ର ପ୍ରମୋଦ କୁମାର ରାୟଙ୍କୁ ପଦ୍ମ, କଂଗ୍ରେସ ର ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କୁ ହାତ, ସ୍ବାଧୀନ ପ୍ରାର୍ଥୀ ଅଭୟ କୁମାର ଭଟ୍ଟ ଙ୍କୁ ପାଣି ବୋତଲ, ଅଶୋକ କୁମାର ଦାସ ଙ୍କୁ ଖଟ, ଉମାକାନ୍ତ ସାହୁ ଙ୍କୁ ନୌକା ,ବିଶ୍ୱଜିତ ମହାନ୍ତି ଙ୍କୁ ଟିଭି, ସୁବାସ ଚନ୍ଦ୍ର ଜେନା ଙ୍କୁ ବାଲଟି, ଏବଂ ଲକ୍ଷ୍ମୀପ୍ରିୟା ଦାସ ଙ୍କୁ ଜଗ୍ ଚିହ୍ନ ମିଳିଛି।ସୂଚନା ଯୋଗ୍ୟ ଯେ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ ଦେହ ୬ ମାସ ତଳେ ଭୁବନେଶ୍ୱର ର ତାଙ୍କ ନିଜ ଘରୁ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣା ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସଂପୃକ୍ତ ଥିବା ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହୋଇଆସୁଛି।ଏପ୍ରିଲ ୧୦ ତାରିଖ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା ।୧୨ ତାରିଖ ପ୍ରତ୍ୟାହାର ,ମେ ୪ ରେ ଭୋଟ ଓ ୬ ରେ ଗଣତି ହେବ । ଜିଲ୍ଲାପରିଷଦ ଉପ ନିର୍ବାଚନ ପାଇଁ ସମଗ୍ର ଗୋପ ବ୍ଲକ ଅଞ୍ଚଳ ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ