ଗଞ୍ଜାମ ମହାବିଦ୍ୟାଳୟରେ ତିନୋଟି ବିଭାଗରେ ସ୍ନାତକୋତ୍ତର ଖୋଲିବା ନେଇ ପକ୍ରିୟା ଆରମ୍ବ ବିଭିନ୍ନ ମହଲରେ ଖୁସିର ଲହରୀ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟରେ ସ୍ନାତକୋତ୍ତର ବିଭାଗ ଖୋଲିବା ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାକୁ ନେଇ ବିଦ୍ୟାର୍ଥୀ , ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।୧୯୬୯ ମସିହାରେ ପ୍ରତିଷ୍ଠାହୋଇଥିବା ଗଞ୍ଜାମ ମହାବିଦ୍ୟାଳୟକୁ ୫୫ ବର୍ଷ ପୂର୍ତ୍ତି ହେବାକୁ ଯାଇଛି। ଏକାଦା ସାରାରାଜ୍ୟରେ ନିଜର ସ୍ୱତନ୍ତ୍ରପରିଚୟ ସୃଷ୍ଟିକରିଥିବାଏହି ମହାବିଦ୍ୟାଳୟରେ ସ୍ନାତକୋତ୍ତରରେ ଓଡ଼ିଆ, ରାଜନୀତିବିଜ୍ଞାନ, ଓ ଇଂରେଜି ବିଷୟ ରେ ପ୍ରଥମ ପର୍ଯ୍ୟାୟରେ ତିନୋଟି ବିଭାଗରେ ଖୋଲିବ ନେଇ ପକ୍ରିୟା ଆରମ୍ବ ହୋଇଥିବା , ଚଳିତବର୍ଷ ଖୋଲିବର ସମ୍ଭାବନା ରହିଛି ବୋଲି ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼. ପ୍ରବୀଣ କୁମାର ନନ୍ଦ କହିଛନ୍ତି। ସ୍ନାତକୋତ୍ତର ବିଭାଗ ଖୋଲିଲେ ଗଞ୍ଜାମ ବ୍ଲକରେ ପ୍ରଥମ ହେବ ବୋଲି ଜଣାପଡିଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ