ଗଞ୍ଜାମ ବ୍ଳକ ତିନୋଟି ୱାଡରେ ପାର୍ଥି ନିର୍ଦ୍ୱନ୍ଦରେ ନିର୍ବାଚିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକରେ ପାଞ୍ଚଟି ପଞ୍ଚାୟତ ରେ ସାତଟି ୱାଡରେ ୱାଡ଼ ମେମ୍ବର ପାଇଁ ନିର୍ବାଚନ ପାଇଁ ଅନୁଷ୍ଠିତ ହେଉଅଛି। ନାମାଙ୍କନପତ୍ର ପ୍ରତିହ୍ୟାର ଶେଷହୋଇଥିବା ବେଳେ , ତିନୋଟି ୱାଡ଼ରେ ପାର୍ଥି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ , ଅନ୍ୟ ଚାରଟି ୱାଡ଼ ପାଇଁ ଆଠଜଣ ପାର୍ଥି ପ୍ରତିଦ୍ୱତା କରୁଛନ୍ତି।ଗଞ୍ଜାମ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଜସ୍ମୀନ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଉଥିବା ନିର୍ବାଚନରେ , ଏହି ବ୍ଲକ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତର ଦୁଇ ନମ୍ବର ଆଠ ନମ୍ବର ୱାଡରେ ଛବିତା ପ୍ରଧାନ, ମଲାଡ଼ ପଞ୍ଚାୟତର ଦୁଇ ନମ୍ବର ୱାଡର ମଞ୍ଜୁ ସାସମଲ , ସୁବଳୟା ପଞ୍ଚାୟତର ବାର ନମ୍ବର ୱାଡର ଏନ.ସରିତା ପ୍ରଧାନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସେହିପରି ସାନରାମଚନ୍ଦ୍ରପୁର ପଞ୍ଚାୟତର ଦୁଇ ନମ୍ବର ୱାଡରେ ଟିକିଲି ପଲାଇ ଓ ସଞ୍ଜୁତରାଇଙ୍କ , ମଧୁରଛୁଆଁ ପାଞ୍ଚନମ୍ବର ୱାଡରେ ବାସନ୍ତୀ ନାୟକ, ସଂଯୁକ୍ତା ନାୟକ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ସେହିପରି ହୁମ୍ମା ପଞ୍ଚାୟତର ୧୬ ନମ୍ବର ୱାଡରେ ଜିତୁମାଳି ଓ ସନ୍ନ୍ୟାସୀ ସାହୁଙ୍କ ମଧ୍ୟରେ ଏବଂ ନଅ ନମ୍ବର ୱାଡରେ କବିତା ସାହୁ ଓ ମମତା ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେଉଅଛି। ଆସନ୍ତା ତାରିଖରେ ଭୋଟଦାନ ହେବ। ଗଂଜାମ ଜିପିଓ ଶ୍ରୀକାନ୍ତ ଗୌଡ଼ ନିର୍ବାଚନ ପରିଚାଳନା କରୁଛନ୍ତି।


