ଆମ ସଂସ୍କୃତି ଓ ଆମ ଖେଳଣା କାର୍ଯ୍ୟକ୍ରମ କରମଙ୍ଗା ସାଧନ କେନ୍ଦ୍ର ପକ୍ଷରୁ ଅନୁଷ୍ଟିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନଏସି ଅଧିନସ୍ଥ କରମଙ୍ଗା ସାଧନ କେନ୍ଦ୍ର ପକ୍ଷରୁ ଆଶ୍ରମ ସ୍କୁଲ ସମ୍ମେଳନ କକ୍ଷ ଠାରେ ଆମ ସଂସ୍କୃତି ଓ ଆମ ଖେଳଣା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କରମଙ୍ଗା ସାଧନ କେନ୍ଦ୍ର ସଂଯୋଜକ କୃଷ୍ଣ ଚନ୍ଦ୍ର ବଳବନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପ ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବିଳାସିନୀ ମଲ୍ଲ ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ କୋଣାର୍କ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉତ୍କଳିକା ବେହେରା, କୋଣାର୍କ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ବରିଷ୍ଠ ଶିକ୍ଷକ ମହେନ୍ଦ୍ର କୁମାର ଦାସ, ଶିକ୍ଷୟତ୍ରୀ କଳ୍ପନା ମିଶ୍ର, ଶିକ୍ଷକ ଲଲାଟ କେଶରୀ ବେହେରା ଓ ଶିକ୍ଷୟିତ୍ରୀ ରଜନୀ ମୁଦୁଲି ପ୍ରମୁଖ ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଖେଳଣା ତିଆରି ପଦ୍ଧତି ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଆମ ସଂସ୍କୃତି ଉପରେ ଶିକ୍ଷାଦାନ ନିମନ୍ତେ ବିଭିନ୍ନ ଶିଶୁ ମନୋରଞ୍ଜନ ଧର୍ମୀ ଶିକ୍ଷଣ ସାମଗ୍ରୀ ଗୁଡ଼ିକର ପ୍ରସ୍ତୁତି ଓ ତାହାର ନିର୍ମାଣ ପଦ୍ଧତି ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆମ ସଂସ୍କୃତି ସମ୍ଵନ୍ଧୀୟ ଖେଳଣା ପ୍ରସ୍ତୁତ କରିବା ସହ ସେଗୁଡିକ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୪୨ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାଧନ କେନ୍ଦ୍ର ସଂଯୋଜକ କୃଷ୍ଣ ଚନ୍ଦ୍ର ବଳବନ୍ତରାୟ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ