ଆଦର୍ଶ ପ୍ରଧାନଶିକ୍ଷକ ରତ୍ନାକର ପଣ୍ଡାଙ୍କ ବିଦାୟ କାଳୀନ ସମାରୋହ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ ସ୍ଥିତ କପିଳେଶ୍ୱର ହାଇସ୍କୁଲର ଆଦର୍ଶ ପ୍ରଧାନ ଶିକ୍ଷକ ରତ୍ନାକର ପଣ୍ଡାଙ୍କ ବିଦାୟ କାଳୀନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ଶହଶହ ପୁରାତନ ଛାତ୍ର ଓ ଗ୍ରାମବାସୀ ବିଦାୟୀ ଶିକ୍ଷକଙ୍କ ନିଜ ଗ୍ରାମକୁ ଯାଇ ତାଙ୍କୁ ଏକ ପଟୁଆରରେ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ । ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ମୃତୁ୍ୟଞ୍ଜୟ ପଲେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସମାରୋହର ପ୍ରଥମ ଅଧିବେଶନରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ହାଟଡିହି ବିଡିଓ ବିନିତା ବିଜୟିନୀ, ଓଷ୍ଟାର ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଶିକ୍ଷକମାନେ ହେଉଛନ୍ତି ସମାଜର କର୍ଣ୍ଣଧାର, ସେମାନେ ନିଜକୁ ବିଦ୍ୟାଳୟର ଚାରିକାନ୍ଥ ଭିତରେ ସିମିତି ନରଖି ଉତ୍ତମ ସମାଜ ଗଠନ ପାଇଁ ସବପୁବେଳେ ଲାଗିପଡିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ବିଦାୟୀ ଶିକ୍ଷକ ରତ୍ନାକର ପଣ୍ଡା ତାଙ୍କ ଭାଷଣରେ ଶିକ୍ଷକଟିଏ ତାର ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସବୁବେଳେ ଗର୍ବ ଅନୁଭବ କରିଥାଏ, ଯାହାକି ତାଙ୍କ କ୍ଷେତ୍ରରେ ଘଟିଛି, ତାଙ୍କର ଅନେକ ଛାତ୍ର ଏବେ ଡାକ୍ତର, ଇଞ୍ଜିନିୟର, ଭଳି ବଡବଡ ପଦବୀରେ ଅଧିଷ୍ଠିତ ଅଛନ୍ତି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ମାନପତ୍ର ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ନବକିଶୋର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଇଓ ଧନେଶ୍ୱର ଖଣ୍ଡେଇ, ବିଶେଷ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଓଷ୍ଟାର ସମ୍ପାଦକ କାହ୍ନୁ ଚରଣ ଜେନା, ମୁଖ୍ୟ ବକ୍ତା ଭାବେ ଏବିଇଓ ସୁରେଶ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ଜିଲ୍ଲାର ଓଷ୍ଟା ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ଉପଦେ୍ଦଷ୍ଟା ଶାନ୍ତନୁ କୁମାର ମିଶ୍ର, ଉପଦେ୍ଦଷ୍ଟା ଚିନ୍ତାମଣୀ ଜେନା, ଓଷ୍ଟାର ହାଯଡିହି ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ, କଳିଗାଁ ସରପଞ୍ଚ ହେମଲତା ଯେନା, ଡଅଁର ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ବିଶ୍ୱମ୍ବର ମହାପାତ୍ର, ଭଗବାନ ମିଶ୍ର ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ହାଟଡିହି ବ୍ଲକର ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଉଚ୍ଚଶ୍ୱିତ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଆଖପାଖ ସ୍କୁଲର ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ