କବିତା ମଞ୍ଜରୀ ସନ୍ୟାସୀ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଓ ବିଷୁବ ମିଳନ ସମାରୋହ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଠାରେ କବିତା ମଞ୍ଜରୀ ସନ୍ୟାସୀ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଓଡିଆ ନବବର୍ଷ ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ ଓ ବିଷୁବ ମିଳନ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଡ. ରାମଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବିଶେଷ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ଅଶୋକ କୁମାର ରାଉତ, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରାଉତ, ମୁଖ୍ୟବକ୍ତା ଭାବେ ହରିହର ପାଣିଗ୍ରାହୀ, ଶିକ୍ଷାବିତ ପିତାମ୍ବର ପଣ୍ଡା, ବିଦ୍ୟାଧର ପୁହାଣ, ପିତବାସ ନାୟକ ପ୍ରମୁଖ ଯୋଗଦେଇ ନିଜ ନିଜର ସାରମର୍ମୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସୁନନ୍ଦା ରାଣୀ ସ୍ୱାଇଁ ଓ ଶିକ୍ଷାବିତ ମୋହନ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କବି ଓ କବୟତ୍ରୀ ମାନେ ଓଡିଆ ନବ ବର୍ଷ ଉପଲକ୍ଷେ ସ୍ୱରଚିତ କବିତାମାନ ପାଠ କରିଥିଲେ । ଆୟୋଜକ ପ୍ରଫେସର ଡ. ରାଧାକୃଷ୍ଣ ବିଶ୍ୱାଳ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ ଅତିତô ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ