କୃତୀ ଶିକ୍ଷକ ଙ୍କ ପରଲୋକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଗ୍ରାମ ର କୃତୀ ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ମିଶ୍ର ଙ୍କ ର ୮୭ ବର୍ଷ ବୟସ ରେ ତାଙ୍କ ନିଜ ଘରେ ପରଲୋକ ଘଟିଛି। ସ୍ୱର୍ଗତ ମିଶ୍ର ଜଣେ କୃତୀ ଶିକ୍ଷକ ଓ ଧର୍ମ ପରାୟଣ ବ୍ୟକ୍ତି ଭାବେ ଲୋକପ୍ରିୟ ଥିଲେ। ସେ ଦୀର୍ଘ ଦିନ ଧରି ସ୍ଥାନୀୟ ପ୍ରସିଦ୍ଧ ଜୟ ଗୋପାଳ ମନ୍ଦିର ରେ ଭାଗବତ ପାଠ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସରପଞ୍ଚ , ଙ୍କ ସମେତ ଅନେକ ବୁଦ୍ଧିଜିବୀ ତାଙ୍କ ଘର କୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନ ପୁଅ ଶିବ ପ୍ରସାଦମିଶ୍ର, ଜ୍ବାଇଁ ସନ୍ତୋଷ ଦାଶ, ବିବେକାନନ୍ଦ ଦାଶ, ଝିଅ ସଂଧ୍ୟାରାଣୀ, ସବ୍ୟାରାଣୀ ,ନାତୁଣୀ ଜ୍ବାଇଁ ଅଶୋକ ମିଶ୍ର ଙ୍କ ସମେତବୋହୂ,ନାତି,ନାତୁଣୀ ମାନେ ଉପସ୍ଥିତ ଥିଲେ। ଗାଁ ଶ୍ମଶାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରା ଯାଇଥିଲା। ମଧ୍ୟମ ପୁତ୍ର ବିଷ୍ଣୁ ପ୍ରସାଦ ମିଶ୍ର ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ରେ ଦାଣ୍ଡ ମୁକୁନ୍ଦପୁର ଓ ପିପିଲି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ