ଥାନା କର୍ମଚାରୀ ଓ ଛାତ୍ରୀ ମାନେ ବଜାର ସଫେଇ କଲେ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଥାନା ର କର୍ମଚାରୀ ଓ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ଏନ ସି ସି ଛାତ୍ରୀ ମାନେ ମିଳିତ ଭାବେ ଚାରିଛକ ବଜାର କୁ ସଫେଇ କରିଥିଲେ । ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଙ୍କ ନେତୃତ୍ୱରେ ଥାନା ର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ର ଏନ ସି ସି ଅଫିସର ପୁଷ୍ପମିତ୍ରା ଦତ୍ତ ଙ୍କ ନେତୃତ୍ୱ ରେ ୨୫ ରୁ ଉର୍ଦ୍ଧ ଏନ ସି ସି ଛାତ୍ରୀ ମିଳିତ ଭାବେ ଚାରିଛକ ବଜାର କୁ ସଫେଇ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ମଞ୍ଚ, ଚାରିଛକ ପ୍ରେସକ୍ଲବ ,ଚାରିଛକ ବଜାର କମିଟି ର ସଭ୍ୟ ମାନେ ଯୋଗ ଦେଇ ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ । ଭୋଦର , କଳାପାଞ୍ଚଣ ,ତୁଳସୀପୁର ପଞ୍ଚାୟତର ଲୋକ ପ୍ରତିନିଧି ମାନେ ମଧ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ନିଜ ଦୋକାନ ସମ୍ମୁଖ କୁ ପରିଷ୍କାର ପରିଚ୍ଛନ୍ନ ରଖିଥିବା ବଜାର ର ବ୍ୟବସାୟୀ ଶେଖ ଯାବିର ଙ୍କୁ ଥାନା ଅଧିକାରୀ ପୁରସ୍କାର ପ୍ରଦାନ କରିଥିଲେ ।ରାସ୍ତା ଉପରକୁ ଅଳିଆ, ଆବର୍ଜନା ନ ପକାଇ , ଦୋକାନ ସମ୍ମୁଖରେ ଏକ ଡଷ୍ଟବିନ ରଖି ସେଥିରେ ଅଳିଆ ପକାଇବାକୁ ସମସ୍ତେ ବ୍ୟବସାୟୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ