ଜି-୨୦ ଓ ଡବ୍ଲ୍ୟୁ-୨୦ ସଭା ରେ ଓଡିଶା ରୁ ପ୍ରତିନିଧିତ୍ଵ କଲେ ଅସ୍ତରଙ୍ଗର ହରପ୍ରିୟା

ନିମାପଡ଼ା, (ସନ୍ତୋଷ ଦାଶ):ଦେଶ ବିଦେଶର ମହିଳା ଓ ବାଳିକା ସ୍ୱେଚ୍ଛାସେବୀ ପ୍ରତିନିଧି ମାନଙ୍କୁ ନେଇ ରାଜସ୍ଥାନର ଜୟପୁର ଠାରେ ମହିଳା ମାନଙ୍କ ଜୀବନ ଜୀବିକା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କିତ କର୍ମଶାଳା ଜି- ୨୦ ଓ ଡବ୍ଲ୍ୟୁ -୨୦ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଓଡ଼ିଶାରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ମହିଳା ମହାସଂଘ ନେତ୍ରୀ ତଥା ସ୍ୱେଚ୍ଛାସେବୀ ହରପ୍ରିୟା ମହାନ୍ତି ଯୋଗଦେଇ ଉପକୂଳ ଅଞ୍ଚଳ ଅସ୍ତରଙ୍ଗ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ମହିଳା ଓ ବାଳିକାମାନଙ୍କ ସମସ୍ୟା ଉପରେ ତଥ୍ଯ ଉପସ୍ଥାପନ କରିଥିଲେ। ଅଧିକରୁ ଅଧିକ ମହିଳା ମାନଙ୍କୁ ଯୋଡ଼ି ମହିଳାମାନଙ୍କ ନେତୃତ୍ୱରେ ଜଳବାୟୁ ବନ୍ଧୁତ୍ୱପୂର୍ଣ୍ଣ ଜୀବିକା ପ୍ରୋତ୍ସାହନ, ଜଳବାୟୁ ପରିବର୍ତନ ସ୍ଥିର ଅଭ୍ୟାସ ପ୍ରୟାସ ଓ ସବୁଜ ଉଦ୍ୟୋଗୀ ପ୍ରୋତ୍ସାହନ ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଜାରିରହିଛି। ହମାରା ବଚପନ ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟକାରୀ ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ମହିଳା ଏବଂ ଝିଅମାନଙ୍କୁ ଇକୋ ଚେଞ୍ଜ ମେକର ଭାବରେ ସଶକ୍ତ କରିବା, ଓ ଓଡିଶାର ୩ଟି ଭୌଗଳିକ ସ୍ତରରେ ୨୦,୦୦୦ ମହିଳା ଏବଂ ବାଳିକାଙ୍କୁ ୨ ବର୍ଷ ମଧ୍ୟରେ ଜଳବାୟୁ ସକ୍ରିୟତା ର ଆଗ ଧାଡ଼ିରେ ଅଣାଯିବ। କର୍ମଶାଳା ଦ୍ଵାରା ତୃଣମୂଳ ସ୍ତରର ମହିଳା ଏବଂ ବାଳିକାମାନଙ୍କୁ ପରିବେଶ ଆହ୍ୱାନର ସମାଧାନ ଗ୍ରହଣ କରିବାକୁ କାର୍ଯ୍ୟକ୍ଷମ ଜ୍ଞାନ ପ୍ରଦାନ କରାଯାଉଅଛି।ସବୁଜ ଅର୍ଥନୀତିରେ ଅଧିକ ମହିଳାଙ୍କ ପଦୋନ୍ନତି ହେଉଛି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିକଟ ଅତୀତରେ, ସବୁଜ ଅର୍ଥନୀତି ସମେତ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ତଥା ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ କର୍ମଶାଳାରେ ସଚେତନତା ସମ୍ପକିତ ବାର୍ତ୍ତା ଦିଆଯାଇଛି।ସବୁଜ ଅର୍ଥନୀତିରେ ଅଧିକ ମହିଳାଙ୍କୁ ପ୍ରୋତ୍ସାହିତ କରିବାର ଏକ ମୁଖ୍ୟ ଉପାୟ ହେଉଛି ଜଳବାୟୁ ଅନୁକୂଳ ଜୀବିକାକୁ ପ୍ରୋତ୍ସାହିତ କରିବା । ଯେପରିକି ନିରନ୍ତର କୃଷି, ଅକ୍ଷୟ ଶକ୍ତି ଏବଂ ଇକୋ-ଟୁରିଜିମ୍ ପ୍ରଭୃତିକୁ ପ୍ରୋତ୍ସାହିତ କରି ମହିଳାମାନେ ଆୟ ସୃଷ୍ଟି କରିବା ସହ ପରିବେଶ ସ୍ଥିରତା ପାଇଁ ମଧ୍ୟ ଅବଦାନ ଦେବା। ଏଥିରେ ହମାରା ବଚପନ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅର୍ପିତା ପଟନାୟକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ