ସୋସୋ ତାରିଣୀ ମନ୍ଦିରର ୭ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ତାରିଣୀ ମନ୍ଦିରର ୭ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିଲାଗି ଆଜି ସକାଳେ ପବିତ୍ର ସାଳନ୍ଦୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାିବାପରେ ମା’ତାରିଣୀଙ୍କ ମନ୍ଦିରରେ ସ୍ଥାପନ କରାଯାଇ ହୋମଯଜ୍ଞାଦି କରାଯାଇଥିଲା । କର୍ତ୍ତାଭାବେ ରବିନ୍ଦ୍ର ନାଥ, କନକଲତା ନାଥ, ରାଧେଶ୍ୟାମ ମଲ୍ଲିକ, ବିଦୁ୍ୟତଲତା ମଲ୍ଲିକ, ଅଜୟ ରାଉତ ପ୍ରମୁଖ ସାମିଲ ହୋଇଥିବାବେଳେ ପଣ୍ଡିତ ବୈଦ୍ୟନାଥ ନନ୍ଦ, ରାମଚନ୍ଦ୍ର ପଣ୍ଡା, ଅମରେଶ ନନ୍ଦଙ୍କ ଦ୍ୱାରା ବୈଦିକ ରୀତି ନୀତି ମତେ ପୂଜାର୍ଚ୍ଚନା କରାଯାଇଥିଲା । ପରିଚାଳନା କମିଟିର ସଭାପତି ହରମୋହନ ପଣ୍ଡା, ଅମୁଲ୍ୟ କୁମାର ମିଶ୍ର, ପ୍ରଶାନ୍ତ କୁମାର ରାଉତ, କଲ୍ୟାଣ ସିଂ ରାୟ, ଜନ୍ମେଜୟ ବଳ, ରାଜେଶ ସିଂ, ବିଦ୍ୟାଧର ନାଥ, ଗଣେଶ ପୂଜା କମିଟିର ସମ୍ପାଦକ ଆଶିଷ କୁମାର ରାଉତଙ୍କ ସମେତ ସମସ୍ତ ସଦସ୍ୟବୃନ୍ଧ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହିଅବସରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।