ଛତ୍ରପୁର ନିର୍ବାଚନମଣ୍ଡଳି ବିଜେପିର ବୁଥ ସ୍ତରୀୟ ବୈଠକ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ବିଜେପିର ଛତ୍ରପୁର ନିର୍ବାଚନ ମଣ୍ଡଳୀ ବୁଥ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନା ଯୋଗଦେଇ କେନ୍ଦ୍ରସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ବୁଥ ସ୍ତରରେ ପହଞ୍ଚି ପାରିବ ଏବଂ ଦଳୀୟ ସଂଘଠନକୁ ମଜବୂତ କରିବାନେଇ ଗୁରୁମନ୍ତ୍ର ଦେଇଥିଲେ। ଏହି ଅବସରରେ ବୁଥ କମିଟିକୁ ମଜବୁଥ କରିବା ପାଇଁ ଆଠଟି ବୁଥ କମିଟିପାଇଁ ପ୍ରଭାରୀ ମନୋନୀତ କରାଯାଇଥିଲା। ଗଞ୍ଜାମ ଏନଏସି ପାଇଁ କାନ୍ତାରି ଦଳେଇ, ରମ୍ଭା ଏନଏସି ପାଇଁ କୀର୍ତ୍ତନ ଦାସ, ଛତ୍ରପୁର ଏନଏସି ପାଇଁ ବସନ୍ତ ବେହେରା, ହୁମ୍ମା ମଣ୍ଡଳ ପାଇଁ ରଶ୍ମୀରାଣୀ ମହାପାତ୍ର, ସନ୍ତୋଷପୁର ମଣ୍ଡଳ ପାଇଁ ବିଜୟ କୁମାର ମୁଦୁଲି, ଟାଙ୍ଗାଣାପଲ୍ଲୀ ମଣ୍ଡଳ ପାଇଁ କୃଷ୍ଣ ନାୟକ, ଭିକାରୀ ପଲ୍ଲୀ ମଣ୍ଡଳ ପାଇଁ ଲକ୍ଷ୍ମୀ ପଣ୍ଡା, କଣମଣା ମଣ୍ଡଳ ପାଇଁ ଏନ.ଦିନବନ୍ଧୁ ଦାଇତ୍ୱ ପ୍ରଦାନ କରାଯାଇଥିଲା। ତତସହିତ ଗଞ୍ଜାମ ଏନଏସିର କାର୍ଯ୍ୟକାରୀ ସଭାପତି ରୂପେ ଗୁରୁଚରଣ ରାଉଳଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଓବିସି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ସନ୍ତୋଷ ମହାପାତ୍ର,ବିଜେପି ଜିଲା ସାଧସରଣ ସମ୍ପାଦକ ପ୍ରଭାତ ଷଡଙ୍ଗୀ, ଛତ୍ରପୁର ବିଧାୟକ ପାର୍ଥି ପ୍ରଶାନ୍ତ କର,ପୃଥିବୀରାଜ ମହାପାତ୍ର,,ପଦ୍ମ ଚରଣ ସାହୁ, , ଡି. ସୁରେଶ ରେଡି, ଜହଲା ନାହାକ, ବିକ୍ରମ ନାରାୟଣ ଦାସ, ସୀମାଦ୍ରୀ ରେଡି ପ୍ରମୁଖଙ୍କ ସମେତ ପଦାଧିକାରୀ ମାନେ ସାମିଲ ହୋଇଥିଲେ।