ପ୍ରାକ୍ତନ ସାଂସଦ ଙ୍କ ମୃତ୍ୟୁରେ ବିଭିନ୍ନ ମହଲ ରେ ଶୋକ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାକ୍ତନ ସାଂସଦ ତ୍ରିଲୋଚନ କାନୁନଗୋ ଙ୍କ ମୃତ୍ୟୁରେ ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ, କୋଣାର୍କ, ନିଆଳି ପ୍ରଭୁତି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଉଦ୍ୟମରେ ଅଡସପୁର ରେ ସ୍ଥାପିତ ଉଦୟନାଥ କଲେଜ ସ୍ୱୟଂ ଶାସିତ କଲେଜ ର ମାନ୍ୟତା ପାଇଛି ଓ ସେଠାରେ ଏକ ଷ୍ଟାଡିୟମ ନିର୍ମାଣ ହୋଇପାରିଛି ।ତାଙ୍କ ଚେଷ୍ଟା ଫଳରେ ଫୁଲନଖରା ଠାରୁ ଗୋପ ମୁଖ୍ୟରାସ୍ତା ରାଜ୍ୟ ରାଜପଥ ଭାବେ ଘୋଷଣା ହୋଇଛି।ଛାତ୍ରନେତା ରୁ ବିଶିଷ୍ଟ ସ୍ତମ୍ଭକାର, ସାଂସଦ, ଅର୍ଥନିତିଜ୍ଞ , କଟକ ମହାନଗର ନିଗମ ର ପ୍ରଥମ ମେୟର ଶ୍ରୀ କାନୁନଗୋ ଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି ।ତାଙ୍କର ମୃତ୍ୟୁରେ ନିମାପଡ଼ା ବିଧାୟକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ସିପିଆଇ ନେତା ଆଶିଷ କାନୁନଗୋ,ଛାତ୍ରନେତା ବସନ୍ତ ପାତ୍ର ,ସମାଜସେବୀ ସନାତନ ପାତ୍ର କୃଷ୍ଣ ଚନ୍ଦ୍ର ରାଉତ ,ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ,ଡ଼ଃ.କେଦାରନାଥ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ ଙ୍କ ସମେତ ବରିଷ୍ଠ ନାଗରିକ ମଞ୍ଚ ,ପ୍ରାଚୀ ସାହିତ୍ୟ ସଂସଦ ,ଚାରିଛକ ପ୍ରେସକ୍ଲବ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି। ଚାରିଛକ ଠାରେ ଆୟୋଜିତ ଏକ ଶୋକସଭାରେ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ