ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା ହାଇୱା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥର ବସଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ ଉପରକୁ ଏକ ହାଇୱା ନଂ.ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା, ଯାହା ଫଳରେ ଡ୍ରେନ ଉପରେ ଫୁଟପାଥ ରେ ବିକ୍ରି କରୁଥିବା କେତେକ ଦୋକାନ ଉପରେ ଚଢ଼ି ଯିବାରୁ ବ୍ୟାପକ ଜିନିଷ ପତ୍ର କ୍ଷୟକ୍ଷତି ହେବା ସହ ଏକ ଜାଲ ଦୋକାନ ଉପରେ ଚଢ଼ି ଯିବାରୁ ଦୋକାନ ର ସମସ୍ତ ଜିନିଷ ପତ୍ର ନଷ୍ଟ ହେବା ସହ ଦୋକାନୀ ଗୁରୁତର ହୋଇଛନ୍ତି l ଦୋକାନୀ ଜଣକ କଲିକତା ମାଲଦା ଜିଲ୍ଲା ର ରାମଶଙ୍କର ଟୋଲା ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଜାଲ ବ୍ୟବସାୟୀ ଶ୍ରୀ ଟୋଲାଙ୍କୁ ବାଲିଗୁଡା ମେଡ଼ିକାଲ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ବେଳେ ହାଇୱା ସହ ଡ୍ରାଇଭର କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ