ଦୁଷ୍କର୍ମକାରୀଙ୍କୁ ମିଳିବ ଶାସ୍ତୀ !
ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ମିଳିବ ଫାଶୀ ଦଣ୍ଡ । ଏଥିପାଇଁ ସମସ୍ତ ପ୍ରକାର ନ୍ୟାୟିକ ବ୍ୟବସ୍ଥା ଏବେ ଶେଷ ପର୍ଯ୍ୟାୟରେ । ଅଭିଯୁକ୍ତମାନଙ୍କୁ ଫାଶି ଦିଆଯାଉଥିବା ଦଉଡି ପ୍ରସ୍ତୁତି କରିବାପାଇଁ ବିହାରର ସେଣ୍ଟ୍ରାଲ ଜେଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆସରିଛି । ଜେଲ କର୍ତ୍ତୁପକ୍ଷଙ୍କ କହିବା କଥା ୧୦ ଜଣକୁ ଫାଶି ଦେବା ପାଇଁ ଆବଶ୍ୟକୀୟ ଫାଶି ଦଉଡି ପ୍ରସ୍ତୁତି କରିବାକୁ ଆମ ପାଖକୁ ନିର୍ଦ୍ଦେଶ ଆସିଛି । ନିକଟରେ ନିର୍ଭୟା ଦୋଷୀଙ୍କ କ୍ଷମା ପ୍ରର୍ଥନାକୁ କେନ୍ଦ୍ର ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ଖାରଜ କରି ଦେବା ପରେ ରଷ୍ଟ୍ରପତିଙ୍କ ପାଖକୁ କ୍ଷମା ପ୍ରାର୍ଥନା କରାଯାଇଛି । ଯାହା ଜଣାପଡିଛି ଏହା ଖାରଜ କରିବା ପାଇଁ ରଷ୍ଟ୍ରପତି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।