ସକଳେଶ୍ୱର ମହାଦେବଙ୍କ ୧୮ତମ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବମିଖାଲସ୍ଥିତ ସକଳେଶ୍ୱର ମହାଦେବ ମନ୍ଦିରର ୧୮ତମ ବାର୍ଷିକ ଯଜ୍ଞ ସମାପନ ହୋଇଯାଇଛି । ବାବୁଲି ମହାପାତ୍ର ଓ ଶିବ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱଶାନ୍ତି ନିମିତ୍ତ ଯଜ୍ଞ, ପୂର୍ଣ୍ଣାହୁତି ଓ ମହାଦେବଙ୍କ ପୂଜା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର କମିଟି ପକ୍ଷରୁ ପ୍ରଫୁଲ୍ଲ ରଥ, ନିମା ମହାନ୍ତି, କମଳ ମହାନ୍ତି, ଅରବିନ୍ଦ ତ୍ରିପାଠୀ, ତାପସ ମହାପାତ୍ର, ଡି.କେ. ପାଇକରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଭକ୍ତଙ୍କ ପାଇଁ ପ୍ରସାଦ ବିତରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ