ପଛୁଆ ବର୍ଗ ଲୋକଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତି ସର୍ଭେ ନିମନ୍ତେ ଏନୁମରେଟର୍ ଏବଂ ସୁପରଭାଇଜର୍ ଙ୍କୁ ତାଲିମ୍ ପ୍ରଦାନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ): ଆସନ୍ତା ମଇ ଏକ ତାରିଖରୁ ସତେଇଶ ତାରିଖ ମଧ୍ୟରେ ଓଡ଼ିଶାରେ ବସବାସ କରୁଥିବା ପଛୁଆ ବର୍ଗକୁ ଲୋକଙ୍କର ସାମାଜିକ ଏବଂ ଶିକ୍ଷାଗତ ସ୍ଥିତିର ସର୍ଭେ ହେବ I ଏନେଇ ଆଜି ବେଲଗୁଣ୍ଠା ପଂଚାୟତ ସମିତି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ଏନୁମରେଟର୍ ଏବଂ ସୁପରଭାଇଜର୍ ଙ୍କୁ ପ୍ରଥମ ପର୍ଯ୍ୟାୟ ତାଲିମ୍ ପ୍ରଦାନ କରାଯାଇଛି I ବେଲଗୁଣ୍ଠା ସ୍ଥିତ ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ତାଲିମ୍ ଶିବିରରେ ବ୍ଳକ୍ ସ୍ତରୀୟ ମାଷ୍ଟର୍ ଟ୍ରେନର୍ ବେଲଗୁଣ୍ଠା ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ,କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍ ରାକେଶ କୁମାର ପାତ୍ର, ଡବ୍ଲୁଇଓ ପ୍ରିୟବ୍ରତ ଦଣ୍ଡପାଟ, ପିଏ ରଶ୍ମିତା ବରାଳ ପ୍ରମୁଖ ଏନୁମରେଟର୍ ଏବଂ ସୁପରଭାଇଜର୍ ଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା I ଏହି ତାଲିମ୍ ଶିବିରରେ ଆଇ.ସି.ଆର୍ ସର୍ଭେ ଫର୍ମ୍ ପୂରଣ ଏବଂ ଏହାର ତଦାରଖ ସମ୍ପର୍କରେ ଏନୁମରେଟର୍ ଏବଂ ସୁପରଭାଇଜର୍ ଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା I ବ୍ଳକ୍ କର୍ମଚାରୀ ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ କର୍ମଚାରୀ ତାଲିମ୍ ଶିବିର ପରିଚାଳନାରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ