ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଂସ୍ଥାପକ ଡଃ ପ୍ରବୀଣ ତୋଗାଡିଆ ଙ୍କ ଦୁଇ ଦିନଆ କନ୍ଧମାଳ ଗସ୍ତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଂସ୍ଥାପକ ଡଃ ପ୍ରବୀଣ ତୋଗାଡିଆ ଙ୍କ ଦୁଇ ଦିନଆ କନ୍ଧମାଳ ଗସ୍ତ ରେ ଆସୁଥିବା ବେଳେ ପ୍ରଥମେ ଜିଲ୍ଲାର ଜି.ଉଦୟଗିରି ଦେଇ ଜିଲ୍ଲା ମଧ୍ୟକୁ ପ୍ରବେଶ କରି ଥିଲେ। ଶନିବାର ସନ୍ଧ୍ୟା ରେ ବାଲିଗୁଡା ରେ ପହଞ୍ଚିବା ପରେ ହନୁମାନ ମନ୍ଦିର ଠାରେ ସ୍ଥାନୀୟ ବଜରଙ୍ଗ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇ ଏକ ବିଶାଳ ଶୋଭାଯାତ୍ରା ରେ ସମଗ୍ର ସହର ପରିକ୍ରମା କରିଥିଲେ l ରବିବାର ୩0ତାରିଖ ରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ବାଲିଗୁଡ଼ା ଠାରେ ଆୟୋଜିତ ଗୋ ଯଜ୍ଞ, ହିନ୍ଦୁ ସମ୍ମିଳନୀ ରେ ଯୋଗ ଦେବା ସହ ଜଳେଶ ପଟ୍ଟା ଯାଇ ସ୍ବାମୀ ଲକ୍ଷ୍ମଣ ନନ୍ଦ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ କରିବେ। ରାଇକିଆ ଠାରେ କିଛି ସମୟ ରହିବା ସହ ପୁର୍ବରୁ ତାଙ୍କୁ କନ୍ଧମାଳ ପ୍ରବେଶ ଉପରେ ବାରଣ କରାଯାଇ ଥିଲା ଏଣୁ ତାଙ୍କର ଏହା ପ୍ରଥମ କନ୍ଧମାଳ ଗସ୍ତ। ଜିଲ୍ଲାର ଆଦିବାସୀ ମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ କିଭଳି ମିଳିବ ସେ ଉପରେ ଗୁରୁତ୍ଵ ଦେବେ ବୋଲି କହିଛନ୍ତି ।ଜିଲ୍ଲା ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ୬ପ୍ଲାଟୁନ ପୁଲିସ ସହ ୫ଜଣ ଡିଏସପି ୬ଜଣ ଇନ୍ସପେକ୍ଟର ନିୟୋଜିତ ରହିବେ l କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ବାଲିଗୁଡ଼ାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ