ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୩

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୩ ଅବସରରେ ଭୁବନେଶ୍ୱରସ୍ଥିତ କନଭେନସନ ସେଂଟର, ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାଣୀ ଚିକିତ୍ସା ଦିବସ ସମାରୋହରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପ୍ରାଣୀ ଚିକିତ୍ସାଳୟ ଅଧିନ ଡେରିକିର ପ୍ରାଣୀଧନ ନିରୀକ୍ଷକ ସଂଗ୍ରାମ ରାଉତଙ୍କୁ ଶ୍ରେଷ୍ଠ ପ୍ରାଣୀଧନ ନିରୀକ୍ଷକ ଭାବେ ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାନପତ୍ର, ପ୍ରଶାଂସ ପତ୍ର ଓ ପୁରଷ୍କାର ରାଶି ପ୍ରଦାନ କରି ସମ୍ମାନିତ କରିଛନ୍ତି । ଏହି ସମାରୋହରେ ବିଭାଗର ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀ ରାଉତ ଜଗତସିଂହପୁର ଜିଲ୍ଲାର ଡେରିକିରେ ପ୍ରାଣୀଧନ ନିରୀକ୍ଷକ ଭାବରେ ଅବସ୍ଥାପିତ ହୋଇ ଚାଷୀମାନଙ୍କ ଦ୍ୱାରଦେଶରେ ପ୍ରାଣୀ ଚିକିତ୍ସା ସେବା ପହଁଚାଇବା, ବିଭିନ୍ନ ସରକାରୀ ଯୋଜନାମାନଙ୍କୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାରେ ସହାୟକ ହେବା ସହ ଚାଷୀମାନଙ୍କ ପ୍ରଗତିରେ ଉଲ୍ଲେଖନୀୟ ଅବଦାନ ହେତୁ ଶ୍ରେଷ୍ଠ ପ୍ରାଣୀଧନ ନିରୀକ୍ଷକ ଭାବରେ ପ୍ରଥମ ସ୍ଥାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନରେ ସମ୍ମାନିତ ହୋଇଥିବାରୁ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରକିଶୋର ପରିଡା, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଦୀପ ଜେନା, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶୁଭେନ୍ଦୁ ସେଠୀ, ଭ୍ରାମ୍ୟମାଣ ଚିକିତ୍ସକ ଡା. ଭି ସୁନୟନା ଶିବାନୀଙ୍କୁ ପ୍ରାଣୀଧନ ନିରୀକ୍ଷକ ଶ୍ରୀ ରାଉତ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ